Bhubaneswar, 5 ଅଗଷ୍ଟ (ହି.ସ.)
-ମହାରାଷ୍ଟ୍ର ଚତୁର୍ଥ ସର୍କିଟ୍ ବେ ପାଇଲା ବେଳେ ଓଡ଼ିଶାକୁ ଅଣଦେଖା କାହିଁକି ?
-ମାନ୍ୟବର ସାଂସଦମାନେ ଆଇନ୍ ମନ୍ତ୍ରୀଙ୍କ ପାଖେ ଦାବି କରିବାକୁ ମତ ଦେଲା ଓଡ଼ିଆ ଅସ୍ମିତା ପରିଷଦ
ଦୀର୍ଘଦିନ ଧରି ରାଜ୍ୟର ପଶ୍ଚିମାଳ ଓ ଦକ୍ଷିଣାଳରେ ହାଇକୋର୍ଟ ସର୍କିଟ୍ ବେ ପ୍ରତିଷ୍ଠା ହୋଇଆସୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । ବିକ୍ଷୋଭ, ଶୋଭାଯାତ୍ରା, ଗଣଧାରଣା ଓ ମାସ ମାସ ଧରି ଅଦାଲତକୁ ବୟକଟ୍ କରିବା ସ୍େୱ ମଧ୍ୟ ଓଡ଼ିଶାରେ ହାଇକୋର୍ଟ ସର୍କିଟ୍ ବେ ପ୍ରତିଷ୍ଠା ନେଇ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି । ଆଜି ଯେତେବେଳେ ମହାରାଷ୍ଟ୍ରର କୋଲାପୁରରେ ବମ୍ବେ ହାଇକୋର୍ଟର ୪ର୍ଥ ସର୍କିଟ୍ ବେ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି, ସେତେବେଳେ ଓଡ଼ିଶାରେ ହାଇକୋର୍ଟ ସର୍କିଟ୍ ବେ ପ୍ରତିଷ୍ଠା ପାଇଁ ଏତେ ଦ୍ୱିଧା କାହିଁକି ବୋଲି ଓଡ଼ିଆ ଅସ୍ମିତା ପରିଷଦ ମତ ଦେଇଛି । ପରିଷଦର ଆବାହକ ରବି ବେହେରା ରାଜ୍ୟର ମାନ୍ୟବର ସାସଦମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ବେ ପଶ୍ଚିମାଳ ଓ ଦକ୍ଷିଣାଳରେ ପ୍ରତିଷ୍ଠା କରି ଦାବି କରି ସେମାନେ ସମସ୍ତେ ଦଳମତ ନିର୍ବିଶେଷରେ କେନ୍ଦ୍ର ଆଇନ୍ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦିଅନ୍ତୁ, ଆବଶ୍ୟକ ପଡ଼ିଲେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟି ରାଜ୍ୟର ହକ୍ ଓ ଆବଶ୍ୟକତା ବିଷୟରେ ଅବଗତ କରାନ୍ତୁ । ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ଦଳମତ ନିର୍ବିଶେଷରେ ହାଇକୋର୍ଟ ସର୍କିଟ୍ ବେ ପ୍ରତିଷ୍ଠା ନେଇ ଏକ ହୋଇ ଲଢିବାକୁ ଶ୍ରୀ ବେହେରା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା