ବାଇକ ଲୁଟେରା ସକ୍ରିୟ, ଦିନଦ୍ୱିପ୍ରହରରେ ଲୁଟି ନେଲେ ବାଇକ
କୋରାଇ, ୫ ଅଗଷ୍ଟ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଯାଜପୁରରୋଡ ପାଣିକୋଇଲି ରାସ୍ତା କଡରେ ରାଇସମିଲ ନିକଟସ୍ଥ ପଟେଲ ମାର୍ବଲ ଦୋକାନ ସମ୍ମୁଖରୁ ଲୁଟେରା ଦ୍ୱୟ ଏକ ବାଇକ ଚୋରି କରିନେଇଛନ୍ତି । ପ୍ରକାଶଯେ ଯାଜପୁର ସଦର ଥାନା ଅନ୍ତର୍ଗତ କଳିନ୍ଦ୍ରାବାଦ ଗ୍ରାମର କୈବଲ୍ୟ ବେହ
ବାଇକ ଲୁଟେରା ସକ୍ରିୟ, ଦିନଦ୍ୱିପ୍ରହରରେ ଲୁଟି ନେଲେ ବାଇକ


କୋରାଇ, ୫ ଅଗଷ୍ଟ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଯାଜପୁରରୋଡ ପାଣିକୋଇଲି ରାସ୍ତା କଡରେ ରାଇସମିଲ ନିକଟସ୍ଥ ପଟେଲ ମାର୍ବଲ ଦୋକାନ ସମ୍ମୁଖରୁ ଲୁଟେରା ଦ୍ୱୟ ଏକ ବାଇକ ଚୋରି କରିନେଇଛନ୍ତି । ପ୍ରକାଶଯେ ଯାଜପୁର ସଦର ଥାନା ଅନ୍ତର୍ଗତ କଳିନ୍ଦ୍ରାବାଦ ଗ୍ରାମର କୈବଲ୍ୟ ବେହେରା ତାଙ୍କ କଳା ନାଲି ରଂଗର ଗ୍ଲାମର ବାଇକ (ଓଡି୦୪ଇ ୮୮୨୩)କୁ ମାର୍ବଲ ଦୋକାନ ସମ୍ମୁଖରେ ରଖି ଦେକାନର ରଂଗ କାମ କରୁଥିଲେ । ଆଜି ମଧ୍ୟାହ୍ନରେ ଦୁଇ ଜଣ ଲୁଟେରା ପାଣିକୋଇଲି ପଟୁ ଏକ ବାଇକରେ ଆସି ମାର୍ବଲ ଦୋକାନ ପାଖରେ ଅଟକିଥିଲେ । ସେହି ବାଇକରୁ ଜଣେ ଓହ୍ଲାଇବା ପରେ ବାଇକ ଆରୋହୀ ବାଇକଟିକୁ ବୁଲାଇ ପୁଣି ପାଣିକୋଇଲି ପଟକୁ ମୁହଁ କରି ଛିଡା ହେଲା । ଓହ୍ଲାଇଥିବା ଲୁଟେରା ଜଣକ ମାର୍ବଲ ଦୋକାନ ସମ୍ମୁଖରେ ଥିବା ବାଇକଟିକୁ ଚାବି ଭାଂଗି ନେଇ ଆଖି ପିଛୁଳାକେ ଚାଲିଗଲେ । ବାଇକର ମାଲିକ କୈବଲ୍ୟ ଏହା ଦେଖି ଦେକାନ ଓପରତାଲାରୁ ଦୌଡି ଆସି ଏକ ବାଇକରେ ପିଛା କଲେ ବି ସେମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ । ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଛି । ଫଳରେ ବାଇକ ମାଲିକ ଏ ନେଇ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande