ଜୟପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଘଟଣା
ଜୟପୁର, ୫ ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବକୁ ନେଇ ରାଜନୀତ ଜୋର ଧରିଲାଣି । ଏହିପରି ଗତ ପଂଚାୟତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷା ବିଜେଡି ସମର୍ôଥତ ଜୟନ୍ତୀଗିରି ଗ୍ରାମପଂଚାୟତର ସମିତି ସଭ୍ୟା ଭାବେ ତିଳତୋମା ମୁଦୁଲୀ ବିଜୟୀ ହେବା ସହ ୧୨ ଜଣ ବି
ଜୟପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଘଟଣା


ଜୟପୁର, ୫ ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବକୁ ନେଇ ରାଜନୀତ ଜୋର ଧରିଲାଣି । ଏହିପରି ଗତ ପଂଚାୟତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷା ବିଜେଡି ସମର୍ôଥତ ଜୟନ୍ତୀଗିରି ଗ୍ରାମପଂଚାୟତର ସମିତି ସଭ୍ୟା ଭାବେ ତିଳତୋମା ମୁଦୁଲୀ ବିଜୟୀ ହେବା ସହ ୧୨ ଜଣ ବିଜେଡି ସମର୍ôଥତ ସମିତି ସଭ୍ୟଙ୍କ ସମର୍ଥନରେ ବିଜେୟୀ ହୋଇଥିଲେ । ଏହିପର ଗତ କିଛି ମାସ ପୂର୍ବରୁ ଅଧ୍ୟକ୍ଷା ଶ୍ରୀ ମୁଦୁଲି ଏବଂ ତାଙ୍କ ସ୍ୱାମୀ ନାଗେଶ୍ୱର ରାଓ ବିଜେପି ଦଳରେ ଯୋଗଦେଇଥିଲେ । କିନ୍ତୁ ବର୍ତମାନ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ନେଇ ସ୍ମାରକପତ୍ର ପ୍ରଦାନ ପରେ ତାଙ୍କ ସମର୍ଥକ ମାନଙ୍କ ନିଦ ହଜିଯାଇଛି । ଏହିପରି ଜୟପୁର ବ୍ଲକରେ ବିଜେପି ସ୍ଥିତାବସ୍ଥା କିଛି ନଥିବା ନେଇ ଅନୁଭବ କରିବା ପରେ ବିଜେଡି ଶିବିରରେ ଅଧ୍ୟକ୍ଷା ଓ ତାଙ୍କ ସମର୍ଥକ ଶରଣାପନ୍ନ ହୋଇଛନ୍ତି । ଏହିପରି ପଦବୀ ରକ୍ଷା ନେଇ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଦଳର ରାଜ୍ୟ ଉପସଭାପତି ରବିନାରାୟଣ ନନ୍ଦଙ୍କ ନିକଟରେ ଏକ ପ୍ରକାର ଆତ୍ମସମର୍ପଣ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବିଜେଡି ସମର୍ôଥତ ତଥା ଅନ୍ୟାନ୍ୟ କିଛି ଅନ୍ୟ ସରପଂଚ ଏବଂ ସମିତିସଭ୍ୟଙ୍କ ସମର୍ଥନ ମିଳିବା ନେଇ ଅଧ୍ୟକ୍ଷା ମଦୁଲୀ ଏବଂ ତା ସ୍ୱାମୀ ଶ୍ରୀ ରାଓଙ୍କୁ ପ୍ରତିଶୃତି ମିଳିଛି । ଫଳରେ ଅଧ୍ୟକ୍ଷାଙ୍କ ଶିବିର ପକ୍ଷରୁ ତାଙ୍କ ବିରୋଧରେ ପ୍ରସ୍ତାବ କରିଥିବା ବିଜେଡି ସମର୍ôଥତ ସମିତି ସଭ୍ୟ ଏବଂ ସରପଂଚକୁ ଯୋଗାଯୋଗ କରିବା ସହ ତାଙ୍କୁ ମନାଇବା ସହ ସମର୍ଥନ ହାସଲ ନେଇ ପ୍ରୟାସ ଆରମ୍ଭ ହୋଇଛି । ଗତ ମାସ ୧୬ ତାରିଖରେ ଉପାଧ୍ୟକ୍ଷଙ୍କ ନେତୃତ୍ୱରେ କିଛି ସମିତିସଭ୍ୟ ଏବଂ ସରପଂଚ ମିଳିତ ଭାବେ ଅଧ୍ୟକ୍ଷାଙଅକ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରପପତ୍ର ପ୍ରଦାନ କରାଯାଇଥିଲା । ଏହିପରି ଉକ୍ତ ସ୍ମାରକପତ୍ର ପ୍ରଦାନ ବେଳେ ୫ଜଣ ସରପଂଚ ଏବଂ ୭ଜଣ ସମିତି ସଭ୍ୟ ଉପସ୍ଥିତି ଥିଲେ । କିନ୍ତୁ ସମୁଦାୟ ୩୧ ଜଣ ସରପଂଚ ଓ ସମିତି ସଭ୍ୟଙ୍କ ଉକ୍ତ ସ୍ମାରକପତ୍ର ହସ୍ତାକ୍ଷର ରହିଥିଲା । ଏଥିନେଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ହସ୍ତାକ୍ଷର ଯାଂଚ ପକ୍ରିୟା ଆରମ୍ଭ ହୋଇଥିଲା । ଆଜି ବ୍ଲକ ଅଧ୍ୟକ୍ଷା ଶ୍ରୀମତି ମୁଦୁଲୀଙ୍କ ସମର୍ଥନ ସହ ଆପୋଷବୁଝାମଣାରେ ବ୍ଲକ ଅଧ୍ୟକ୍ଷା ତିଳୋତମା ମୁଦୁଲୀଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବକୁ ଖାରଜ କରିବାକୁ ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ପ୍ରାୟ ୫ ଜଣ ଲେଖାଏଁ ସମିତି ସଭ୍ୟ ଓ ସରପଂଚ ସମୁଦାୟ ୧୦ ଜଣ ସାକ୍ଷାତ କରିବା ସହ ଲିଖିତ ଭାବେ ସ୍ମାରକପତ୍ର ପ୍ରଦାନ କରିଥିଲେ । କିନ୍ତୁ ଉପଜିଲ୍ଲାପାଳ ଏ.ଶଶ୍ୟା ରେଡ୍ଡି ପ୍ରତ୍ୟେକ ସରପଂଚ ଏବଂ ସମିତି ସଭ୍ୟ ମାନେ ନିଜର ସମର୍ଥନ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ମଦୁଲୀଙ୍କ ସପକ୍ଷରେ ରହିଥିବା ନେଇ ବ୍ୟକ୍ତିଗତ ଉପସ୍ଥିତ ରହି ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ୧୦ ଜଣ ଲିଖିତ ଭାବେ ଉପସ୍ଥିତ ରହି ଜଣାଇଛନ୍ତି । କିନ୍ତୁ ଗତ ୧୬ ତାରିଖରେ ଆଗତ ଅନାସ୍ତା ପ୍ରସ୍ତାବ ଆଗତ ଏବଂ ସ୍ମାରକପତ୍ର ପତ୍ରରେ ହସ୍ତାକ୍ଷର ବେଳେ ଏମାନଙ୍କ ମଧ୍ୟରୁ କିଛି ସରପଂଚ ଓ ସମିତିସଭ୍ୟ ଉପସ୍ଥିତ ରହିଥିଲେ । କିନ୍ତୁ ଉକ୍ତ ସରପଂଚ ଓ ସମିତି ସଭ୍ୟ ମାନେ ବିଜେଡି ସମର୍ôଥତ ସଦସ୍ୟ ହୋଇଥିବା ଯୋଗୁଁ ସେମାନେ ପୁଣି ଅଧ୍ୟକ୍ଷାଙ୍କ ସପକ୍ଷରେ ଲିଖିତ ଭାବେ ଦେଇଛନ୍ତି । ଏହିପରି ଆଜି ଅଧ୍ୟକ୍ଷା ଶ୍ରୀମତି ମୁଦୁଲୀଙ୍କ ସ୍ୱାମୀ ଶ୍ରୀ ରାଓ ସମୁଦାୟ ୨୫ଜଣ ସରପଂଚ ଓ ସମିତି ସଭ୍ୟଙ୍କ ତାଙ୍କ ପ୍ରତି ସମର୍ଥନ ରହିଥିବା ନେଇ ଦାବୀ କରିଥିବା ବେଳେ ଆସନ୍ତା ଦୁଇଦିନ ମଧ୍ୟରେ ଅନ୍ୟମାନେ ବ୍ୟକ୍ତିଗତ ଉପସ୍ଥିତ ରହି ବ୍ଲକ ଅଧ୍ୟକ୍ଷାଙ୍କ ସପକ୍ଷରେ ଲିଖିତ ଭାବେ ଉପଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି । ପ୍ରକାଶଯେ, ଜୟପୁର ବ୍ଲକରେ ୨୨ ଟି ଗ୍ରାମପଞ୍ଚାୟତରେ ସମୁଦାୟ ୪୪ ଜଣ ସରପଂଚ ଓ ସମିତିସଭ୍ୟ ରହିଛନ୍ତି । ସେହିପରି ବିଧାୟକ ଏବଂ ସାଂସଦଙ୍କ ଭୋଟଦାର ଅଧିକାରୀ ରହିଥିବା ଯୋଗୁଁ ସମୁଦାୟ ୪୪ ଜଣଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅର୍ଥାତ ସମୁଦାୟ ୩୧ ଜଣଙ୍କ ସମର୍ଥନ ଅଧ୍ୟକ୍ଷାଙ୍କ ବିରୋଧ ଅନାସ୍ତା ପ୍ରସ୍ତାବକୁ ସମର୍ଥନ ଜଣାଇ ଭୋଟଦାନର ଅଧିକାର ରହିଛି । ଏଥିରୁ ଜଣେ ସଦସ୍ୟ ଭୋଟଦାନରୁ ବିଚ୍ୟୁତ ରହିଲେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନସ୍ତା ପ୍ରସ୍ତାବ କାଟ ଖାଇବ । ଏହିପରି ଅଧ୍ୟକ୍ଷାଙ୍କ ସ୍ୱାମୀ ଶ୍ରୀ ରାଓଙ୍କ ଦାବୀ ଅନୁଯାୟୀ ତାଙ୍କ ସପକ୍ଷରେ ୨୫ ଜଣ ସଦସ୍ୟଙ୍କ ସମର୍ଥନ ରହିଲେ ବଳକା ୨୧ ଜଣ ସଦସ୍ୟ ତାଙ୍କ ବିରୋଧରେ ଭୋଟ ଦେଲା ସୁଦ୍ଧା ଏହା କାଟ ଖାଇବ । କିନ୍ତୁ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରାଯାଇ ଭୋଟଦାନ ପୂର୍ବରୁ ସମର୍ଥକ ମାନଙ୍କୁ ଉପସ୍ଥିତ କରିବା ସହ ଲିଖିତ ଭାବେ ଜଣାଇଲେ ଏହି ଭୋଟଦାନ ଟଳିଯିବା ନେଇ ଅଧ୍ୟକ୍ଷାଙ୍କ ସ୍ୱାମୀ ଶ୍ରୀ ରାଓଙ୍କ ନେତୃତ୍ୱରେ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande