ଭୁବନେଶ୍ୱର, 5 ଅଗଷ୍ଟ (ହି.ସ.)- ଆଜି ସନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ । ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ
ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀଙ୍କର ଅନେକ
ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ଥିବା ସୂଚନା । ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ନେବେ ଭାଗ ।
କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟି ପାରନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଜ୍ୟ ସଭାପତି ମଧ୍ୟ
କେନ୍ଦ୍ର ନେତୃତ୍ୱଙ୍କୁ ଭେଟି କରିପାରନ୍ତି ଆଲୋଚନା । ରାଜ୍ୟ କମିଟି ଗଠନ, ବୋର୍ଡ ନିଗମ ନିଯୁକ୍ତି ନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନ ହୋଇପାରେ । ସେହିପରି
ସରକାରରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଲାଗି ରହିଥିବା ବେଳେ ସେ ନେଇ ହୋଇପାରେ ଆଲୋଚନା
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା