ଭୁବନେଶ୍ୱର, 5 ଅଗଷ୍ଟ (ହି.ସ.)
- ଆଜି ପଣ୍ଡିତ
ନୀଳକଣ୍ଠ ଦାସଙ୍କର ଆଜି ୧୪୧ ତମ ଜୟନ୍ତୀ । ଏହି ଅବସରରେ ବିଧାନସଭା ଲାଇବ୍ରେରୀ ସମ୍ମୁଖରେ ଥିବା
ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ
କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସତ୍ୟବାଦୀ ବନ ବିଦ୍ୟାଳୟର ମୁଖ୍ୟ ପୁରୋଧା ପଣ୍ଡିତ
ନୀଳକଣ୍ଠ ଦାସ ଏକାଧାରରେ ଜଣେ କବି, ଦାର୍ଶନିକ, ରାଜନୀତିଜ୍ଞ,
ସମାଲୋଚକ ସ୍ବାଧୀନତା ସଂଗ୍ରାମୀ
ଙ୍କୁ ମନେ ପକାଇଛନ୍ତି।ଓଡ଼ିଆ ସାହିତ୍ୟ
ଇତିହାସରେ ପଣ୍ଡିତ ନୀଳକଣ୍ଠ ଦାସ ହେଉଛନ୍ତି ଜଣେ ବିସ୍ମୟକର ପ୍ରତିଭା । ଓଡ଼ିଶା ସାହିତ୍ୟର ଜଣେ ସାରସ୍ୱତ ପ୍ରଜ୍ଞା ପୁରୁଷ ତଥା ଜଣେ ଜ୍ଞାନ ତପସ୍ୱୀ ଓ ଜଣେ
ସ୍ୱାଭିମାନୀ ରାଷ୍ଟ୍ରନୀତିଜ୍ଞ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ । ତାଙ୍କର ଅବଦାନ ପାଇଁ ଓଡ଼ିଆ
ଜାତିର ସେ ଚିର ବନ୍ଦନୀୟ ହୋଇ ରହିବେ ।୧୯୫୭ ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର
ବାଚସ୍ପତି ଭାବେ କାର୍ଯ୍ୟ କରିଥିବା ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଧାନସଭା
ତରଫରୁ “ସ୍ପେଚେସ ଅଫ୍ ଫାଇନାନ୍ସ ମିନିଷ୍ଟର ଅଫ୍ ଓଡ଼ିଶା ଫ୍ରମ 2022
ଟୁ 2025-26’ ନାମକ ପୁସ୍ତକ ପ୍ରକାଶନର ଉନ୍ମୋଚନ ହୋଇଛି।
ଏହି ପୁସ୍ତକରେ ପ୍ରକାଶିତ
ହୋଇଥିବା ରାଜ୍ୟର ବହୁ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ, ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଗବେଷକ, ବୁଦ୍ଧିଜିବୀ,ବିଦ୍ୟାର୍ଥୀ ତଥା ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଖୁବ ଉପାଦେୟ ହେବ ବୋଲି ଏହି
ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ପଣ୍ଡିତ ନୀଳକଣ୍ଠ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ , ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ସହ ବିଧାନସଭାର ଅନ୍ୟାନ୍ୟ ଅନ୍ୟ ବରିଷ୍ଠ ନେତୃବୃନ୍ଦ
ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା