ବାରିପଦା, ୫ ଅଗଷ୍ଟ (ହି.ସ.)- ବେତନଟୀ ସ୍ଥିତ ଜେଏମଏଫସି କୋର୍ଟରେ ଏକ ଚେକ ବାଉନ୍ସ ମାମଲାରେ ଏକ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ବିଚାରପତି ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷର କାରାଦଣ୍ଡ ସହ ୩,୬୦,୦୦୦ ଟଙ୍କା ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନାଦେୟ ଅଧିକ ୨ ମାସର କାରାଦଣ୍ଡ ଭୋଗିବେ। ଆସାମୀ ଜଣକ ହେଲେ ବେତନଟୀ ଥାନା ଅନ୍ତର୍ଗତ ମଧୁନନ୍ଦା ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି। ସୂଚନା ଯୋଗ୍ୟ, ସେ ବ୍ୟବସାୟୀ ନିମନ୍ତେ ବେତନଟୀ ସ୍ଥିତ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ୧,୮୦,୦୦୦ ଟଙ୍କା ଋଣ ନେଇଥିଲେ। ଋଣ ପରିଶୋଧ ନିମନ୍ତେ ୨,୧୩,୯୩୨ ଟଙ୍କାର ଏକ ବ୍ୟାଙ୍କ ଚେକ ପ୍ରଦାନ କରିଥିଲେ। ତେବେ ଉକ୍ତ ଚେକର ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ନଥିବାରୁ ଚେକ ବାଉନ୍ସ ହୋଇଯାଇଥିଲା। ତେବେ ଏହାକୁ ନେଇ ପରିଚାଳନା ନିର୍ଦ୍ଦେଶକ ଏସଡିଜେଏମ କୋର୍ଟରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରମାଣକୁ ଭିତ୍ତି କରି ବିଚାରପତି ଶୁଣାଣି କରିଥିଲେ। ଉକ୍ତ ମାମଲାକୁ ବ୍ୟାଙ୍କ ପକ୍ଷରୁ ଆଇନଜୀବୀ ବଟକୃଷ୍ଣ ପାଢ଼ୀ ପରିଚାଳନା କରୁଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ