ସାଧାରଣ ଜନତା ବେଶରେ ଜିଲ୍ଲା ସଦର ଡାକ୍ତରଖାନାର ସ୍ଥିତି ପରଖିଲେ ଜିଲ୍ଲାପାଳ : କର୍ମଚାରୀ ମହଲରେ ଛନକା
ସୁବର୍ଣ୍ଣପୁର, ୫ ଅଗଷ୍ଟ (ହି.ସ.)-ସୋନପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସାଧାରଣ ଲୋକଙ୍କ ବେଶରେ ଜିଲ୍ଲାପାଳ ନୃପରାଜ ସାହୁ ପରିଦର୍ଶନ କରିଛନ୍ତି । ନିଜ ସରକାରୀ ଗାଡିକୁ ଦୂରରେ ରଖି ସଧାରଣ ଲୋକ ଭଳିଆ ଚାଲି ଚାଲି ମେଡ଼ିକାଲ ପରିସରର ମୁଖ୍ୟ ଗେଟ୍ ସୁରକ୍ଷା ବ୍ୟବସ୍ଥା ଠୁଁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା
ସାଧାରଣ ଜନତା ବେଶରେ ଜିଲ୍ଲା ସଦର ଡାକ୍ତରଖାନା ର ସ୍ଥିତି ପରଖିଲେ ଜିଲ୍ଲାପାଳ: କର୍ମଚାରୀ ମହଲ ରେ ଛନକା


ସାଧାରଣ ଜନତା ବେଶରେ ଜିଲ୍ଲା ସଦର ଡାକ୍ତରଖାନା ର ସ୍ଥିତି ପରଖିଲେ ଜିଲ୍ଲାପାଳ: କର୍ମଚାରୀ ମହଲ ରେ ଛନକା


ସୁବର୍ଣ୍ଣପୁର, ୫ ଅଗଷ୍ଟ (ହି.ସ.)-ସୋନପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସାଧାରଣ ଲୋକଙ୍କ ବେଶରେ ଜିଲ୍ଲାପାଳ ନୃପରାଜ ସାହୁ ପରିଦର୍ଶନ କରିଛନ୍ତି । ନିଜ ସରକାରୀ ଗାଡିକୁ ଦୂରରେ ରଖି ସଧାରଣ ଲୋକ ଭଳିଆ ଚାଲି ଚାଲି ମେଡ଼ିକାଲ ପରିସରର ମୁଖ୍ୟ ଗେଟ୍ ସୁରକ୍ଷା ବ୍ୟବସ୍ଥା ଠୁଁ ଆରମ୍ଭ କରି ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ କିଛି ଡାକ୍ତରଙ୍କ ଅନୁପସ୍ଥିତି ବିଷୟରେ ସେଠାରେ ଉପସ୍ଥିତ ଡାକ୍ତରଙ୍କୁ ପଚାରିବାରୁ ସଂପୃକ୍ତ ଡାକ୍ତରାଣୀ ଜିଲ୍ଲାପାଳଙ୍କୁ କହିଥିଲେ ଯେ ସାର ଏଡିଏମଓ ଙ୍କ ସହ ମିଟିଂ ରେ ଅଛନ୍ତି। ସଙ୍ଗେ ସଙ୍ଗେ ଜିଲ୍ଲାପାଳ ଏଡିଏମଓ ଙ୍କୁ ପଚାରି ବୁଝିବାରୁ ଅନୁପସ୍ଥିତ ଥିବା ସମ୍ପୃକ୍ତ ଡାକ୍ତରଙ୍କୁ କୌଣସି ମିଟିଂ ଡାକି ନ ଥିବା କହିଥିଲେ। ପରେ ମିଟିଂ କଥା କହିଥିବା ଡ଼ାକ୍ତରାଣୀ ଜିଲ୍ଲାପାଳଙ୍କୁ ଚିହ୍ନି ଯାଇଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ିଛି ଯେ, ସାଧାରଣ ନିରୀହ ଗରୀବ ରୋଗୀଙ୍କୁ ଚିକିତ୍ସା ପାଇଁ ନିଯୁକ୍ତ ଡାକ୍ତର ମାନେ ନିଜ ଭିତରେ ସଲାସୁତରା କରି ମିଛ କହି ରୋଗୀ ସେବା ବନ୍ଦ କରି ସିଧା ନିଜ ବେସରକାରୀ କ୍ଲିନିକ୍ କୁ ଟଙ୍କା ଲୋଭରେ ଧାଉଁଛନ୍ତି l ବନ୍ଦ ପଡିଥିବା ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଅବଗତ ହୋଇ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିଥିଲେ ଓ ଏହାକୁ କିଭଳି ତୁରନ୍ତ କାର୍ଯ୍ଯକ୍ଷମ କରାଯାଇ ପାରିବ ଏଡିଏମଓଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଅଲଟ୍ରାସାଉଣ୍ଡ ହେଉ ନ ଥିବା ଜାଣି ମଧ୍ୟ ବିରକ୍ତି ପ୍ରକାଶ କରିଥିଲେ । ସୋନପୁର ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ଏବଂ ଡାକ୍ତର ଓ କର୍ମଚାରୀଙ୍କ ର୍ଦୁବ୍ୟବହାର ଓ ଡାକ୍ତରଙ୍କ କ୍ଲିନିକ ନିଶା ପାଇଁ ସବୁବେଳେ ଅଭିଯୋଗ ଓ ସାରା ରାଜ୍ୟରେ ଚର୍ଚ୍ଚା ରେ ରହି ଆସିଛି। ଜିଲ୍ଲାପାଳଙ୍କ ଏ ତ୍ଵରିତ ପଦକ୍ଷେପ ଓ ଅଭିନବ ଢଙ୍ଗରେ ଛଦ୍ମ ବେଶରେ ଯାଇ ଡାକ୍ତରଖାନା ପରିଦର୍ଶନକୁ ଆଜି ସହରରେ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande