ପାଣିକୋଇଲିରେ ଗୋଚର ଜମି ଉଛେଦ ପ୍ରକିୟାରେ ପକ୍ଷପାତିତା ନେଇ ଅସନ୍ତୋଷ
କୋରାଇ, ୫ ଅଗଷ୍ଟ (ହି.ସ.)- ରାଜ୍ୟ ସରକାର ସରକରୀ ଜମିରୁ ଜବରଦଖଲ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି । ହେଲେ ଏହାର କାର୍ଯ୍ୟକାରୀତା ଦେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ପ୍ରଶାସନିକ ଅଧିକାରୀଙ୍କ ପକ୍ଷପାତିତା ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
ପାଣିକୋଇଲିରେ ଗୋଚର ଜମି ଉଛେଦ ପ୍ରକିୟାରେ ପକ୍ଷପାତିତା ନେଇ ଅସନ୍ତୋଷ


କୋରାଇ, ୫ ଅଗଷ୍ଟ (ହି.ସ.)- ରାଜ୍ୟ ସରକାର ସରକରୀ ଜମିରୁ ଜବରଦଖଲ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି । ହେଲେ ଏହାର କାର୍ଯ୍ୟକାରୀତା ଦେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ପ୍ରଶାସନିକ ଅଧିକାରୀଙ୍କ ପକ୍ଷପାତିତା ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଣିକୋଇଲି ଶୌଚାଳୟ ସମ୍ମୁଖରେ ଜବରଦଖଲ ହଟାଇବା ପାଇଁ ୨୦୧୧ ମସିହାରୁ ଅବଧି ହଟି ପାରିଲା ନାହିଁ । ଏହାକୁ ଉଛେଦ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲେ ହେଁ ଆଇନର ଗଳାବାଟ ଦେଇ ଜବରଦଖଲକାରୀ ଏହାକୁ ବନ୍ଦକରି ରଖିବାରେ ସକ୍ଷମ ହୋଇଛନ୍ତି । ସେହିପରି ପାଣିକୋଇଲି ମୌଜାର ଖାତା ନମ୍ବର ୮୩୦ରେ ପ୍ଲଟ ନମ୍ବର ୮୩ ରେ କିସମ ରକ୍ôଷତ ଗୋଚର ଏ ୭.୯୫ ଜମି ରହିଛି । ହେଲେ ଜମି ଉପରେ ବହୁଲୋକ ଜବରଦଖଲ କରି ଘର ନିର୍ମାଣ କରିଛନ୍ତି । ଏମିତିକି ଏହି ପ୍ଲଟ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟ କରାଯାଇଛି । କିପରି ଭାବେ ସରକାରୀ କାର୍ଯ୍ୟାଳୟ ଗୋଚର ଜମିରେ ହୋଇଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷେ ଜବରଦଖଲ କରି ଘର ନିର୍ମାଣ କରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କୁ ବ୍ୟାସନଗର ତହସିଲଦାର ନୋଟିସ ପ୍ରଦାନ କରିଛନ୍ତି । ସେମାନେ ହାଜର ହୋଇ ମତ ରଖିଛନ୍ତି । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଥିବା ବେଳେ ଅନ୍ୟମାନଙ୍କ ପାଇଁ କେବେ କାର୍ଯ୍ୟକାରୀ ହେବ ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ସମସ୍ତ ସରକାରୀ ଜମିକୁ ଜବରଦଖଲ ମୁକ୍ତ ହେବା ଆବଶ୍ୟକ । ଯେଉଁମାନେ ଜବରଦଖଲ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ହେଲେ ପ୍ରଶାସନ ତାହା ନକରି ମାତ୍ର ୬ ଜଣଙ୍କୁ ନୋଟିସ ଦେଇ ଅନ୍ୟମାନଙ୍କୁ ଛାଡି ଦେବାର କାରଣ ଏବେ ବି ସମସ୍ତଙ୍କ ମନରେ ସନ୍ଦେହ ଉପୁଜାଇଛି । ଆସନ୍ତା ୭ ତାରିଖ ଜବରଦଖଲ ମୁକ୍ତ ପୂର୍ବରୁ ସରକାରୀ ଜମି ମାପ ହେବା ପାଇଁ ବ୍ୟାସନଗର ତହସିଲଦାର ଦିନ ଧାର୍ଯ୍ୟ କାରିଛନ୍ତି । ଫଳରେ କେଉଁମାନେ କେତେ ଲେଖାଁଏ ଗୋଚର ଜମି ଜବରଦଖଲ କରିଛନ୍ତି ତାହା ସ୍ପଷ୍ଟ ହେବ । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ସମସ୍ତ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande