କେନ୍ଦ୍ରାପଡା, ୫ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡାର ବିଶିଷ୍ଟ ନାରୀନେତ୍ରୀ, ସୁ-ଲେଖିକା, ବହୁ ପୁସ୍ତକର ରଚୟିତା, ସାମାଜିକ କର୍ମୀ ଡ଼ଃ. କଳ୍ପନା ମଲିକଙ୍କୁ ରାଜ୍ୟ ମହିଳା କମିଶନ ସଦସ୍ୟା ଭାବେ ମନୋନୟନ କରାଯାଇଛି । ନୂତନ ସରକାର ମହିଳା କମିଶନଙ୍କୁ ପୁର୍ନଗଠନ କରିବା ପରେ ଡ଼ଃ. ମଲିକଙ୍କୁ ଏହର ସଦସ୍ୟା ଭାବେ ମନୋନିତ କରିଥିବାରୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କ ସମେତ ଗୀତାଞ୍ଜଳୀ ସେଠୀ, କିଶୋର କୁମାର ପଣ୍ଡା, ଉପୀନ ରାଉତ, ଅଭିମନ୍ୟୁ ଗୋଛାୟତ, ଅମିତାଭ ସୁଆର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି