ବାରୁଣେଶ୍ୱର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ
ବାରିପଦା, ୫ ଅଗଷ୍ଟ (ହି.ସ.) - ବାରୁଣେଶ୍ୱର ଦୁର୍ଗା ମଣ୍ଡପ ସଭା ଗୃହରେ ଦୁର୍ଗାପୂଜା କମିଟିର ସଭାପତି ଡ. କୁଞ୍ଜବନ ପୃଷ୍ଟିଙ୍କ ପୌରହିତ୍ୟରେ ଏବଂ କମିଟିର ସାଧାରଣ ସମ୍ପାଦକ ବିକ୍ରମ କେଶରୀ ଜେନାଙ୍କ ସୁପରିଚାଳନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୋଷାଧ୍ୟକ୍ଷ ଅଶ୍ୱନୀ କୁମାର ପାତ
Durga Puja Prastuti Baithak


ବାରିପଦା, ୫ ଅଗଷ୍ଟ (ହି.ସ.) - ବାରୁଣେଶ୍ୱର ଦୁର୍ଗା ମଣ୍ଡପ ସଭା ଗୃହରେ ଦୁର୍ଗାପୂଜା କମିଟିର ସଭାପତି ଡ. କୁଞ୍ଜବନ ପୃଷ୍ଟିଙ୍କ ପୌରହିତ୍ୟରେ ଏବଂ କମିଟିର ସାଧାରଣ ସମ୍ପାଦକ ବିକ୍ରମ କେଶରୀ ଜେନାଙ୍କ ସୁପରିଚାଳନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୋଷାଧ୍ୟକ୍ଷ ଅଶ୍ୱନୀ କୁମାର ପାତ୍ର ଗତବର୍ଷର ଆୟବ୍ୟୟ ହିସାବ ଉପସ୍ଥାପନ କରିଥିବା ବେଳେ, ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ ସମ୍ପର୍କରେ ବିସୃତ ଭାବେ ଆଲୋଚନା ହୋଇଥିଲା । ପୂଜାକୁ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବିଭିନ୍ନ କର୍ମକର୍ତା ଓ ସଦସ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ କରା ଯାଇଥିଲା । କମିଟିର କାର୍ଯ୍ୟକାରୀ ସଭାପତି ରଘୁନାଥ ପଣ୍ଡା, ଉପ ସଭାପତି ନନୀଗୋପାଲ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଦାସ, ବିଜୟ କୁମାର ଲେଙ୍କା, ସାଧାରଣ ସମ୍ପାଦକ ବିକ୍ରମ କେଶରୀ ଜେନା ତଥା ଅର୍ଥ ପରାମର୍ଶ ଦାତା ରବୀନ୍ଦ୍ର ନାୟକ ପ୍ରମୁଖ କର୍ମକର୍ତା ମାନେ ପୂଜାନୁଷ୍ଠାନ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିବା ବେଳେ ବରିଷ୍ଠ ନାଗରିକ କମିଟିର ସଭାପତି ଡ଼.ଯୋଗେନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣକରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande