ଦେଶୀ ମଦ ଚାଲାଣ ବେଳେ ଚଢ଼ାଉ
ଜୟପୁର, ୫ ଅଗଷ୍ଟ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଦାମାପୁଟ ଗ୍ରାମର ଜଣେ ମହିଳା, କଦମଗୁଡା ଗ୍ରାମର ଗୋବଦ୍ଧନ ଗଦବା । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ଦାମାପ
ଦେଶୀ ମଦ ଚାଲାଣ ବେଳେ ଚଢ଼ାଉ


ଜୟପୁର, ୫ ଅଗଷ୍ଟ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଦାମାପୁଟ ଗ୍ରାମର ଜଣେ ମହିଳା, କଦମଗୁଡା ଗ୍ରାମର ଗୋବଦ୍ଧନ ଗଦବା । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ଦାମାପୁଟ ରେ ଚଢାଉ କରି ୮ ଲିଟର ଭାଟି ମଦ ଜବତ କରିଛି । ସେହିପରି ଏକ ବାଇକରେ ଦେଶି ମଦ ଚାଲାଣ ସୂଚନା ପାଇ ସଲପା ଛକରେ ଚଢାଉ କରିଛି । ଚଢାଉ କରି ୧୧ ଲିଟର ଦେଶି ମଦ ଓ ବାଇକୁ ଜବତ କରିଛି । ଗିରଫ ୨ ଅଭିଯୁକ୍ତକୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande