ମିଳିଛି ସରକାରୀ ଜମି କିନ୍ତୁ ମିଳୁନି ଦଖଲ, ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ହେଉନି ମାପଚୁପ, ଆବାସ ଗୃହ କରିବାରୁ ବଞ୍ଚିତ ଗ୍ରାମବାସୀ, ଜମି ଦଖଲ ନମିଳିଲେ ଆତ୍ମାହୁତି ଦେବାକୁ ଚେତାବନୀ
ବାରିପଦା, ୫ ଅଗଷ୍ଟ (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଦୁଧିଆଶୋଳ ଗ୍ରାମରେ ସରକାରୀ ଜମି ବଣ୍ଟନ ହୋଇଥିବା ବେଳେ ଦଖଲ ମିଳିନାହିଁ। ଅନେକ ବର୍ଷ ପୂର୍ବରୁ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ପ୍ରଦାନ ହୋଇଥିବା ବେଳେ ଦଖଲ ଦେବାର ବିବାଦ ଲାଗି ରହିଛି। ଦଖଲ ଦେବାକୁ ନେଇ ହାଇକୋର୍ଟଙ
Block office


ବାରିପଦା, ୫ ଅଗଷ୍ଟ (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଦୁଧିଆଶୋଳ ଗ୍ରାମରେ ସରକାରୀ ଜମି ବଣ୍ଟନ ହୋଇଥିବା ବେଳେ ଦଖଲ ମିଳିନାହିଁ। ଅନେକ ବର୍ଷ ପୂର୍ବରୁ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ପ୍ରଦାନ ହୋଇଥିବା ବେଳେ ଦଖଲ ଦେବାର ବିବାଦ ଲାଗି ରହିଛି। ଦଖଲ ଦେବାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ମାପଚୁପ ହୋଇ ଜମି ହସ୍ତାନ୍ତର କରାଗଲା ନାହିଁ। ଯାହା ଫଳରେ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିବା ବେଳେ ଜମି ନଥିବାରୁ ଗୃହ ନିର୍ମାଣ କରି ପାରୁନାହାଁନ୍ତି। ଏନେଇ ଦୁଧିଆଷୋଳ ଅଞ୍ଚଳର ସୁଲୋଚନା ଦାସ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଦ୍ୱାରସ୍ଥ ହୋଇ ଅଭିଯୋଗ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଉକ୍ତ ଗ୍ରାମର ଭୂମିହୀନ ଗରିବ ଓ ଅସହାୟ ଲୋକଙ୍କୁ ରାଜ୍ୟ ସରକାର ବସୁନ୍ଧରା ଯୋଜନାରେ ୪ଡ଼ିସିମିଲ ଜମି ପଟ୍ଟା ପ୍ରଦାନ କରିଥିଲେ। କିନ୍ତୁ ଶ୍ୟାମାଖୁଣ୍ଡା ତହସିଲ କର୍ମଚାରୀ ମାନଙ୍କ ବ୍ୟତିକ୍ରମ ପାଇଁ ପଟ୍ଟା ମିଳିବାର ୫ବର୍ଷ ପରେ ବି ଜମି ଚିନ୍ହଟ କରି ଦଖଲ ଦିଆଯାଇନାହିଁ। କିନ୍ତୁ ସରକାରଙ୍କୁ ଖଜଣା ଲଗାତାର ଦେଇ ଆସୁଛନ୍ତି। ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ପତ୍ର ମଧ୍ୟ ମିଳିଛି। କିନ୍ତୁ ଏ ପର୍ଯ୍ୟନ୍ତ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଆବାସ ଗୃହ ତିଆରି କରିପାରୁନାହାଁନ୍ତି। ଗରିବ ଅନୁସୂଚିତ ଜାତି ବର୍ଗର ହୋଇଥିବା ବେଳେ ମୂଳ ଲାଗିଲେ ଘର ଚଳିଥାଏ। ଜମି ବାଡି କିଛି ନାହିଁ। ସରକାରୀ ଜମି ଖଣ୍ଡକ ଭରସା ଥିବା ବେଳେ ତାହା ମିଳୁନି। ଯାହା ଫଳରେ ସମସ୍ତ ପରିବାର ସଦସ୍ୟଙ୍କ ପାଇଁ ଘର ରହିବାକୁ ଜାଗା ନାହିଁ। ବିଧାୟକ, ତହସିଲ, ମନ୍ତ୍ରୀ ସମେତ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଅଭିଯୋଗ ଜଣାଇବା ପରେ କୌଣସି ସମାଧାନ ନହେବାରୁ ପରିଶେଷରେ ୧୦ ଜଣ ଭୂମିହୀନ ପରିବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଜମି ଚିହ୍ନଟ ନିମନ୍ତେ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବ୍ଳକ କିମ୍ବା ଜିଲ୍ଲା ପ୍ରଶାସନ ପାଳନ କରୁନାହାନ୍ତି। ଜମି ଖଣ୍ଡେ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜାନ ଘର କାର୍ଯ୍ୟାଦେଶ ଫେରିଯିବାର ଆଶଙ୍କା ରହିଛି। ତେଣୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ ଜମି ଦଖଲ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ତେବେ ଜମି ମାପଚୁପ କରି ଚିନ୍ହଟ ଦେବାକୁ ଶ୍ୟାମାଖୁଣ୍ଟା ତହସିଲଦାରଙ୍କୁ ଜିଲ୍ଲାପାଳ ହେମକାନ୍ତ ସୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତା ୧୦ଦିନ ମଧ୍ୟରେ ସମାଧାନ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande