ଆଉ ୧୯ ଦିନ ପରେ ଗଣେଶ ପୂଜା : ମୂର୍ତି ନିର୍ମାଣରେ ଲାଗିଛନ୍ତି କାରିଗର
ଜୟପୁର, ୫ ଅଗଷ୍ଟ (ହି.ସ.) - ଆଗକୁ ଗଣେଶ ପୂଜା। ହାତରେ ମାତ୍ର ଆଉ ୧୯ ଦିନ। ନିଜର ପ୍ରତିଭା ଦେଖାଇବେ ମୂର୍ତି କାରିଗର। ସମସ୍ତଙ୍କୁ କିପରି ମୂର୍ତି ଆକୃଷ୍ଠ କରିବ ତାହାକୁ ନିଜ ଭାବନରେ ପରିପ୍ରକାଶ କରିବେ କାଗିଗର। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପୂଜା ମଣ୍‌ତପରେ
ଆଉ ୧୯ ଦିନ ପରେ ଗଣେଶ ପୂଜା : ମୂର୍ତି ନିର୍ମାଣରେ ଲାଗିଛନ୍ତି କାରିଗର


ଜୟପୁର, ୫ ଅଗଷ୍ଟ (ହି.ସ.) - ଆଗକୁ ଗଣେଶ ପୂଜା। ହାତରେ ମାତ୍ର ଆଉ ୧୯ ଦିନ। ନିଜର ପ୍ରତିଭା ଦେଖାଇବେ ମୂର୍ତି କାରିଗର। ସମସ୍ତଙ୍କୁ କିପରି ମୂର୍ତି ଆକୃଷ୍ଠ କରିବ ତାହାକୁ ନିଜ ଭାବନରେ ପରିପ୍ରକାଶ କରିବେ କାଗିଗର। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପୂଜା ମଣ୍‌ତପରେ ମୂର୍ତିକାମ ଆରମ୍ଭ ହୋଇଛି। ସେହିପରି ବିକ୍ରି ପାଇଁ ମଧ୍ୟ କାରିଗର ମୂର୍ତି ଗଢିବା ଆରମ୍ଭ କରିଛନ୍ତି। ମୂର୍ତି ନିର୍ମାଣ ଲାଗି ଆବଶ୍ୟକ ସାମଗ୍ରୀ ଦର ବଢିଥିବା କହିଛନ୍ତି କାରିଗର।

କାରିଗରଙ୍କ କହିବାନୁଯାୟୀ ଏବେଠୁ ମୂର୍ତି ତିଆରି ଆରମ୍ଭ କଲେ ଠିକ ସମୟରେ ଶେଷ ହେବ। ପାଗ ଅନୁକୂଳ ନରହିଲେ ମାଟି ଶୁଖିବା କଷ୍ଟକର। ତେଣୁ ଏଥିଲାଗି ଏବେଠୁ କାମ ଆରମ୍ଭ କରିବାକୁ ପଡୁଛି। ମୂର୍ତି ତିଆରି କରିବାକୁ କାଠ, ବାଉଁଶ, ଛଣ ଓ ମାଟି ଆବଶ୍ୟକ। ହେଲେ ଏଗୁଡିକର ଦରଦାମ ବଢିଛି। ୬ ଫୁଟରୁ ୭ଫୁଟ ଲମ୍ବ କାଠ ଗୋଟିଏ ପୂର୍ବରୁ ୮ରୁ ୧୦ ଟଙ୍କାରେ ମିଳୁଥିଲା। ଏବର୍ଷ ୧୫ ଟଙ୍କା ପଡୁଛି। ଅଧିକାଂଶ ଚାଷୀ ମେସିନ ବ୍ୟବହାର କରୁଥିବାରୁ ଲମ୍ବା ଛଣ ମିଳୁନି। ଛୋଟ ଛଣ ବିଡା ୧୦ଟଙ୍କା ପଡୁଛି। ଚିକିଟା ମାଟି ଦର ବସ୍ତା ଶହେ ଟଙ୍କା ହେଉଛି। ଏବେ ଛଣରେ ଛାଂଚ କରାଯାଉଛି। ଏଥିରେ ମାଟି ଦେଇ ମୂର୍ତି ଗଢାଯିବ। ଶୁଖିଲା ପରେ ରଙ୍ଗ କାମ ଆରମ୍ଭ ହେବ। ବିଭିନ୍ନ ସାମଗ୍ରୀର ଦରକୁ ଦୃଷ୍ଟିରେ ରଖି ମୂର୍ତି ଦର ଧାର୍ଯ୍ୟ ହେବ। ସହରରେ ମାଟି ମୂର୍ତିର ଚାହିଦା ରହିଛି। ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ମୂର୍ତିର ଦର ମାଟି ମୂର୍ତି ଅପେକ୍ଷା କମ ରହୁଛି। ଅନ୍ୟ ପକ୍ଷରେ ତାହା ଆକର୍ଷଣୀୟ ଦେଖାଯାଉଛି। ତେଣୁ ସ୍ଥାନୀୟ କାରିଗରଙ୍କ ବ୍ୟବସାୟରେ ଏହା ବାଧା ସୃଷ୍ଟି କରୁଛି। ଏହାପରେ ବି ସହରରେ ଭଲ ବ୍ୟବସାୟ ହେବ। ବଡବଡ ପୂଜା ମଣ୍ଡପର କାରିଗର କହିଛନ୍ତି କମିଟିର ପରାମର୍ଶରେ ମୂର୍ତି ନିର୍ମାଣ ଲାଗିପ୍ରସ୍ତୁତି ଆରମ୍ଭ ହୋଇଛି। ସେମାନଙ୍କ ଭାବନା ଓ ମୂର୍ତି କିପରି ଆକର୍ଷଣୀୟ ହେବ ସେ ନେଇ ଆଲୋଚନା ପରେ ମୂର୍ତି ନିର୍ମାଣ କରାଯିବ। ଆଜି ଏନେଇ ମାଟି ମୂର୍ତି କାରିଗର ପି. ଶ୍ରୀନିବାସ, ମହେଶ, ଗୋପ ପାଣିଗ୍ରାହୀ, ବାବୁଲା ସାହୁ, ଦୁର୍ଯ୍ୟୋ ବେହେରା, ବଳରାମ ବେହେରାଙ୍କ ସମେତ ମାନେ ଜୟପୁର ସହରରେ ସପ୍ସପୂର୍ଣ୍ଣ ଭାବେ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତି ବିକ୍ରି ବନ୍ଦ କରିବା ପାଇଁ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତଙ୍କୁ ଭେଟି ଅନୁରୋଧ କରିଛନ୍ତି। ଏହି ମୂର୍ତି ବିକ୍ରି କରିବା ଫଳରେ ପରିବେଶ ଦୂଷିତ ହେବା ସହ ବିଷର୍ଜନ ସମୟରେ ନାଳ ଓ କେନାଲ ପାଣି ମଧ୍ୟ ଦୁଷିତ ହେଉଛି। ବର୍ତମାନ ଜୟପୁର ସହରର ବ୍ୟବସାୟୀ ମାନେ ବାହାର ରାଜ୍ୟରୁ ଆଣି ଏଠାରେ ବିକ୍ରି କରିବାରେ ଲାଗିଲେଣି। ତେଣୁ ଉପ ଜିଲ୍ଲାପାଳ ତୁରନ୍ତ ବନ୍ଦ କରିବାକୁ ମୂର୍ତି କାରିଗର ମାନେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande