ଜୟପୁର, 5 ଅଗଷ୍ଟ (ହି.ସ.)
ଜୟପୁର ସହରର ହିନ୍ଦୁ ସମାଜ ଓ ରୁଦ୍ରବୀର ଦଳ ପକ୍ଷରୁ ଗୁପ୍ତେଶ୍ବର ମନ୍ଦିର ପରିସରରେ ଥିବା ଅଳିଆ ଗୁଡିକୁ ସଫା କରିଛନ୍ତି। ଆଜି ଉଭୟ ସ୍ବେଚ୍ଛା ସେବୀ ଦଳର କର୍ମକର୍ତ୍ତା ମାନେ ହାତରେ ଗ୍ଲୋବ୍ସ ଏବ˚ ପାଟିରେ ମାସ୍କ ପିନ୍ଧି ଗୁପ୍ତେଶ୍ବର ମନ୍ଦିର ଶିଢି କଡରେ ପଡିଥିବା ପ୍ଲାଷ୍ଟିକ ଡବା,ପ୍ଲାଷ୍ଟିକ ବୋତଲ ଏବ˚ ବିଭିନ୍ନ ଅଦରକାରୀ ଜିନିଷ ସବୁ ବାହାର କରିଥିଲେ। ବୋଲବମ ଭକ୍ତ ମାନେ ଦୀର୍ଘ ୪ପାଳି ସୋମବାର ବାବା ଗୁପ୍ତେଶ୍ବରଙ୍କୁ ଜଳାଭିଷେକ କରି ବାହାରେ ବୋତଲ, ପ୍ଲାଷ୍ଟିକ ଡବାଫୋପାଡିଦେବା ଫଳରେ ପରିବେଶ ଦୁଃସିତ ହୋଇଯାଇଥିଲା। ଆଜି ପ୍ରାୟ ୪୦ ରୁ ଉର୍ଦ୍ଧ ସେବାୟତ ମାନେ ରାସ୍ତା କଡରେ ପଡିଥିବା ଅଳିଆ ଠାରୁ ଆରମ୍ଭ କରି ମନ୍ଦିର ପରିସର ମଧ୍ୟ ସଫେଇ କରିଥିଲେ। ସ୍ବେଚ୍ଛାସେବୀଙ୍କ ଏହି ପରି ମହତ କାର୍ଯ୍ୟକୁ ଦେବୋତ୍ତର ଅଧିକାରୀ ତଥା ତହସିଲଦାର ସଚ୍ଚିନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି