ଜଟିଳ ସାଇବର ଠକେଇର ପର୍ଦ୍ଦାଫାଶ: ୮୮ ଲକ୍ଷରୁ ୨୦ ଲକ୍ଷ ଠାବ, ୪ ଗିରଫ।
ଜଟିଳ ସାଇବର ଠକେଇର ପର୍ଦ୍ଦାଫାଶ: ୮୮ ଲକ୍ଷରୁ ୨୦ ଲକ୍ଷ ଠାବ, ୪ ଗିରଫ।
ଜଟିଳ ସାଇବର ଠକେଇର ପର୍ଦ୍ଦାଫାଶ: ୮୮ ଲକ୍ଷରୁ  ୨୦ ଲକ୍ଷ ଠାବ, ୪ ଗିରଫ।


ସମ୍ବଲପୁର, ୦୫ ଅଗଷ୍ଟ (ହି.ସ.)

ସମ୍ବଲପୁର ସାଇବର ଥାନା ପୋଲିସ ଏକ ଜଟିଳ ସାଇବର ଠକେଇର ତଦନ୍ତ କରି ମୋଟ ୮୮ ଲକ୍ଷ ଠକେଇ ଟଙ୍କାରୁ ୨୦ ଲକ୍ଷ ଠାବ କରିବା ସହିତ ଏହି ଠକେଇ କାରବାରରେ ନିଜର ଜିଏସଟି ଲିଙ୍କ୍ କରେଣ୍ଟ ଏକାଉଣ୍ଟ ବ୍ୟବହାର କରିବାକୁ ଅନୁମତି ଦେଇ କମିସନ ନେଇଥିବା ୪ ସନ୍ଦିଗ୍ଧ ଠକଙ୍କୁ ଗିରଫ କରିବା ସହିତ ବିଦେଶରେ ରହି ଏହି ଜଟିଳ ଠକେଇ ପ୍ରକ୍ରିୟା ପରିଚାଳନା କରୁଥିବା ଆନ୍ତର୍ଜାତିୟ ସାଇବର ଠକକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛି। ଆଜି ସନ୍ଧ୍ୟାରେ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ପୁଲିସ୍ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବହୁଚର୍ଚ୍ଚିତ ଠକେଇ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସାଇବର ପୁଲିସ୍ ଗିରଫ ଅଭିଯୁକ୍ତଙ୍କ ଠାରୁ ବିଭିନ୍ନ ବେଙ୍ଗର ୨୧ଟି ଏଟିଏମ୍, ୫ଟି ସ୍ମାର୍ଟ ଫୋନ, ୩ଟି ପାସବୁକ, ୪ଟି ଚେକବୁକ, ଓଆର ୧୫ ଆର ୮୫୭୩ ନମ୍ବର ବିଶିଷ୍ଟ ଏକ ମାରୁତି ଓ୍ବାଗନର କାର ଏବଂ ବିଭିନ୍ନ କମ୍ପାନୀର ସିମ କାର୍ଡ ଜବତ କରିଛି। ସ୍ଥାନୀୟ ଅଇଁଠାପାଲିର ରମେଶ ଚନ୍ଦ୍ର ବିଶ୍ବାଳ (୫୬) ଓ ତାଙ୍କ ପରିବାର ଅନଲାଇନରେ ନିବେଶ ପାଇଁ ପ୍ଲାଟଫର୍ମ ଖୋଜୁଥିବା ବେଳେ ଏହି ଠକ ଗୋଷ୍ଠୀର ଫାଶରେ ପଡ଼ିଯାଇଥିଲେ। ସେହି ଠକ ଗୋଷ୍ଠୀର ପରାମର୍ଶକ୍ରମେ ସେମାନେ କାଲଭର୍ଟ ଡିମାଟ ନାମକ ପ୍ଲାଟଫର୍ମରେ ସେମାନେ ବିଭିନ୍ନ ପର୍ଯ୍ୟାୟରେ ୮୮ ଲକ୍ଷ ଟଙ୍କା ନିବେଶ କରିବା ପରେ ଏକ ବୃହତ ଓ ଜଟିଳ ସାଇବର ଠକେଇର ଶିକାର ହୋଇଥିବା ହୃଦବୋଧ କରି ଗତ ୩୧ ତାରିଖ ଦିନ ସମ୍ବଲପୁର ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପରେ ଏସପିଙ୍କ ତତ୍ତ୍ଵାବଧାନରେ ସାଇବର ପୁଲିସ୍ ବୈଷୟିକ ତଦନ୍ତ ଆରମ୍ଭ କରିଥିଲା। ଯେଉଁମାନେ ଏହି ଠକେଇରେ ଉପଯୋଗ ପାଇଁ ନିଜ ନିଜ କରେଣ୍ଟ ଏକାଉଣ୍ଟ ସଂପଣ୍ଣ ଜମା ଖାତା ବ୍ୟବହାର ପାଇଁ ଦେଇଥିଲେ ସେମାନଙ୍କୁ ଠାବ କରି ଗିରଫ କରିଥିଲା। ଏହି ଅଭିଯୁକ୍ତ ମାନେ ଜମାଖାତା ବ୍ୟବହାର ପାଇଁ ଅନୁମତି ଦେଇ କମିସନ ନେଉଥିଲେ । ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଲେ ସ୍ଥାନୀୟ କୁମ୍ଭାରପଡ଼ା ନିବାସୀ ଆନନ୍ଦ ମେହେରଙ୍କ ପୁତ୍ର ପ୍ରଶାନ୍ତ ମେହେର (୩୭) ଗୋଲବଜାର ନିବାସୀ ବିଜୟ କୁମାର ସାହୁଙ୍କ ପୁଅ କୃଷ୍ଣ ସାହୁ (୩୮) ଦେବଗଡ ଜିଲ୍ଲା କୁଣ୍ଢେଇଗୋଲାର ଝସକେତନ ପ୍ରଧାନଙ୍କ ପୁଅ ସୁବ୍ରତ ପ୍ରଧାନ ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁର ପେଜ ୧ ଏଚବି କଲୋନୀ ଏମ୍ ଆଇ ଜି ୧, ୪୫/୪ ବାସିନ୍ଦା ବିଜୟ କୁମାର ନାୟକଙ୍କ ପୁଅ ବିଶ୍ବଜିତ ନାୟକ(୩୬)। ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ସାଇବର ପୁଲିସ୍ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪),୩୧୯(୨),୩୩୬(୩),୩୩୮/୬୧(୨)/୩(୫) ଏବଂ ଆର/ଡବ୍ଲୁ ଧାରା ୬୬(ସି) ୬୬(ବି) ଓ ଆଇଟି ଏକ୍ଟରେ ମାମଲା ରୁଜ୍ଜୁ କରି ଅନୂସନ୍ଧାନ ଜାରି ରଖିଛି। ଏସପି ସାଧାରଣ ଜନତାଙ୍କୁ ଠକଙ୍କ ଜାଲରୁ ବର୍ତ୍ତିବା ପାଇଁ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେବା ସହିତ ସେବି ଓ ଆରବିଆଇର ପଞ୍ଜିକୃତ ଆପରେ ସତର୍କତା ସହିତ ନିବେଶ କରିବାକୁ ପରାମର୍ଶ ଦେଇଛନ୍ତି। ସନ୍ଦେହ ହେଲେ ତ୍ୱରିତ ପୁଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande