ଭୁବନେଶ୍ୱର, 5 ଅଗଷ୍ଟ (ହି.ସ.)- ଆଇନଶୃଙ୍ଖଳା
ନେଇ ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ, ରାଜନୀତି ରୁଟି
ସେକିବା ହେଉଛି ବିରୋଧୀଙ୍କ କାମ । ବିରୋଧୀ ରାଜନୀତି କରିବା ପାଇଁ ଅଯଥାରେ ନିଜ ରାଜ୍ୟକୁ ବଦନାମ
କରୁଛନ୍ତି । କଂଗ୍ରେସକୁ ଟାର୍ଗେଟ କରି କହିଲେ, ରହୁଲ ଗାନ୍ଧୀ ଦେଶକୁ
ବଦନାମ କରୁଛନ୍ତି l ଭକ୍ତ ଦାସଙ୍କ ନେତୃତ୍ଵାଧୀନ କଂଗ୍ରେସ ରାଜ୍ୟକୁ
ବଦନାମ କରିବାର କରୁଛି । ଜଳ ବିନା ମାଛ ଯେମିତି ଛଟପଟ ହୁଏ, ବିଜେଡ଼ି
ଓ କଂଗ୍ରେସ ଅବସ୍ଥାର ତାହା l କ୍ଷମତା ଯିବା ପରେ ଛଟପଟ ହେଇ ନିଜ ରାଜ୍ୟକୁ ବଦନାମ କରିବା, ମିଛି
ପ୍ରୋପୋଗଣ୍ଡା କରିବା ଆରମ୍ଭ କରିଛନ୍ତି ବିରୋଧୀ । ରାଜନୈତିକ ଲଢେଇ ଯଦି ଲଢ଼ିବାକୁ
ଚାହୁଁଛନ୍ତି ସଠିକ ଭବେ ଲଢନ୍ତୁ । ଆମେ ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ । ବିତର୍କକୁ ଆସିବାକୁ
ଆହ୍ୱାନ ଦେଇଛନ୍ତି ଆଇନମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା