ଲ୍ୟାମ୍ପ୍ସ ଏମଡିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଆନ୍ଦୋଳନ
ଲ୍ୟାମ୍ପ୍ସ ଏମଡିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଆନ୍ଦୋଳନ
ଲ୍ୟାମ୍ପ୍ସ ଏମଡିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଆନ୍ଦୋଳନ


ସମ୍ବଲପୁର, ୦୫ ଅଗଷ୍ଟ (ହି.ସ.)

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସମବାୟ ସମିତି ସମୂହ ସହକାରୀ ନିବନ୍ଧକଙ୍କ ଅଧିନ ପାରୁଆଭାଡି ଲ୍ୟାମ୍ପ୍ସ, ଵୃହଦାକାର ଵହୁମୂଖି କୃଷି ସମବାୟ ସମିତି ରେ ଏମଡି(ପରିଚାଳନା ନିର୍ଦ୍ଦେଶକ) ମଞ୍ଜିଲ ପଟେଲଙ୍କ ଦୁର୍ବ୍ୟବହାର ଓ ମନମୂଖି କାର୍ଯ୍ୟ ଅଭିଯୋଗ ନେଇ ସୋମବାର କର୍ମଚାରୀ ମାନେ କାର୍ଯ୍ୟଵନ୍ଦ ଆନ୍ଦୋଳନ କରିଥିଲେ ।ଏମଡିଙ୍କ ବଦଳି ପ୍ରତିବାଦରେ କର୍ମଚାରୀମାନେ ଲ୍ୟାମ୍ପ୍ସ ପରିଚାଳନା ପରିଷଦ ସଭାପତି,କୁଚିଣ୍ଡା ଏଆରସିଏସ, ସମ୍ବଲପୁର ଡିଆରସିଏଏସ ଓ କୁଚିଣ୍ଡା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକଙ୍କୁ ଲିଖିତ ଅଭିଯୋଗ କରିଥିଲେ। କର୍ମଚାରୀଙ୍କ ଏପରି ଆନ୍ଦୋଳନ ଯୋଗୁଁ ଖରିଫ ଧାନ ଚାଷୀ ପଞ୍ଜିକରଣରେ ଗୁରୁତର ବାଧା ସୃଷ୍ଟି ହୋଇଥିଲା।ଯେହେତୁ ଚାଷୀଙ୍କ ଧାନ କାର୍ଡ ପଞ୍ଜିକରଣ ଚାଲିଥିବା କାରଣରୁ କୁଚିଣ୍ଡା ଏଆରସିଏସ ପ୍ରଦୀପ ପ୍ରଧାନ କର୍ମଚାରୀଙ୍କ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତାଙ୍କ ତତ୍ତ୍ଵାବଧାନରେ ସନ୍ଧ୍ୟାରେ ପାରୁଆଭାଡି ଲ୍ୟାମ୍ପ୍ସ ପରିଚାଳନା ପରିଷଦ ସଭାପତି ହୃଦାନନ୍ଦ ମାଝିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ଵୈଠକ ହୋଇଥିଲା। ପରିଚାଳନା ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ ମଞ୍ଜିଲ ପଟେଲଙ୍କୁ ଏମଡି ପଦରୁ ଅପସାରଣ କରି ତାଙ୍କୁ ବାଉରୀଗୋଡା ଶାଖା ପରିଚାଳକ ଏବଂ ମୋତିଲାଲ ପୃଷେଠଙ୍କୁ ଭାର ପ୍ରାପ୍ତ ଏମଡ଼ି ଦାୟିତ୍ଵ ଦିଆଯାଇଛି଼। ସୂଚନା ଅନୁଯାୟୀ, କୁଚିଣ୍ଡା ବ୍ଲକ ପାରୁଆଭାଡ଼ି ଲ୍ୟାମ୍ପ୍ସ ଏମଡି ପଟେଲ ନିଜ ଅଧସ୍ତନ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା କର୍ମଚାରୀ ମାନେ ସୋମବାର ପୂର୍ବାହ୍ନରେ କାର୍ଯ୍ୟଵନ୍ଦ କରି ଏଆରସିଏସଙ୍କ ସମେତ ଉପରୋକ୍ତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। କର୍ମଚାରୀ ମାନେ ଅଭିଯୋଗରେ ଦର୍ଶାଇ ଥିଲେ ଯେ, ବର୍ତ୍ତମାନ ଚାଷୀ ପଞ୍ଜିକରଣ କାମ ଚାଲିଥିବାରୁ ସେମାନେ ସକାଳ ୮ରୁ ଅଫିସକୁ ଆସି ରାତି ୮ ଟା ପର୍ଯ୍ୟନ୍ତ କାମ କରୁଛନ୍ତି।ମଝିରେ କେବଳ ଖାଇବା ପାଇଁ କିଛି ସମୟ ଛୁଟି କରିଥାନ୍ତି, ଏହାକୁ ନେଇ ଏମଡି ମଞ୍ଜିଲ ପଟେଲ କର୍ମଚାରୀ ମାନଙ୍କୁ ସର୍ବସାଧାରଣରେ ଖରାପ ଭାଷାରେ ଗାଳି ଗୁଲଜ କରୁଛନ୍ତି ବୋଲି ଅଭିଯୋଗ ରେ ଦର୍ଶାଇଥିଲେ।ଏଭଳି ଘଟଣା ବାରମ୍ବାର ହେଉଥିବାରୁ ସେମାନଙ୍କର ମାନ ସମ୍ମାନରେ ଆଞ୍ଚ ଆସୁଛି।ଏହା ଛଡା ଏହି ଲ୍ୟାମ୍ପ୍ସ କର୍ମଚାରୀ ଋଷିକେଶ ମେହେରଙ୍କ ଦରମାରୁ କଟାଯାଇଥିବା ଟଙ୍କାକୁ ଏମଡି ପଟେଲ ଜିପିଏଫ ଆକାଉଣ୍ଟରେ ଜମା ନ କରି ଏକ ବର୍ଷ ହେବ ନିଜ ପାଖରେ ରଖିଛନ୍ତି ବୋଲି ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ।ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଲିଖିତ ଭାବେ ଜଣାଇଥିଲେ। ଏଆରସିଏସ ପ୍ରଦୀପ ପ୍ରଧାନ ପାରୁଆଭାଡି ଲ୍ୟାମ୍ପ୍ହ ଏମଡି ପଟେଲଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ ଏବଂ ଚାଷୀ ପଞ୍ଜିକରଣ ପର୍ଯ୍ୟନ୍ତ ସମସ୍ତେ ମିଳିମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ଚାଷୀ ପଞ୍ଜିକରଣ କାମ ସମାପ୍ତ ହେଲେ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ କର୍ମଚାରୀ ମାନେ ଲ୍ୟାମ୍ପ୍ସ କୁ ଫେରି ଦିନ ୨ଟା ପରେ କାମ ଆରମ୍ଭ କରିଥିଲେ।ମାତ୍ର ଏମଡି ପଟେଲଙ୍କ ଏତାଦୃଶ ଆଚରଣ ଆଗାମୀ ଦିନରେ ଲ୍ୟାମ୍ପ୍ସରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କାରେ ପରିଚାଳନା ପରିଷଦର ଜରୁରୀକାଳୀନ ବୈଠକ ଆହ୍ଵାନ କରାଯାଇ ପଟେଲଙ୍କୁ ଏମଡି ପଦରୁ ଅପସାରଣ କରାଯାଇଛି।ଏ ସମ୍ପର୍କରେ ଏମଡି ପଟେଲଙ୍କୁ ପଚାରିଵାରେ କର୍ମଚାରୀ ମାନେ କରିଥିବା ଅଭିଯୋଗରେ ସତ୍ୟତା ନାହିଁ ବୋଲି କହିଥିଲେ। ଏଆରସିଏସ ପ୍ରଦୀପ କୁମାର ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଚାଷୀମାନଙ୍କ ବୃହତ୍ତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ପରିଚାଳନା ପରିଷଦ ଏଭଳି ନିଷ୍ପତ୍ତି ନେଇଥିବାର ସୂଚନା ଦେଇଥିଲେ।ସେହିପରି ପାରୁଆଭାଡି ଲ୍ୟାମ୍ପ୍ସ ଅଧିନସ୍ଥ ଚାଷୀମାନେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ କରାଯାଉଥିବା ରେଜିଷ୍ଟ୍ରେସନ ଫର୍ମ ଦାଖଲ ସମୟରେ, ପାରୁଆଭାଡି ଲ୍ୟାମ୍ପ୍ସ ର ଏମଡି ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିବାର ଅଭିଯୋଗ ତଥା ଯେଉଁ ଜମି ପଟାରେ ଝିଅ, ଭଉଣୀ ଇତ୍ୟାଦି ଙ୍କ ନାମ ରହିଛି ତାଙ୍କ ପାଖରୁ ବଂଶାବଳୀ ଫର୍ମରେ ଦସ୍ତଖତ ଆଣିବା ସହିତ ଦସ୍ତଖତ କରୁଥିବା ସମୟରେ ଫଟୋ ଉଠାଇ ତା'ର ପ୍ରିଣ୍ଟ କାଢି ରେଜିଷ୍ଟ୍ରେସନ ଫର୍ମରେ ଯୋଡିବା ପାଇଁ କହୁଥିବାରୁ ଏପରି ହେବାରୁ ହଁଇରାଣ ହେଉଥିବାର ଅଭିଯୋଗ ନେଇ ଚାଷୀମାନେ କୁଚିଣ୍ଡା ଏଆର ସିଏସ ଙ୍କ ପାଖରେ ଲିଖିତ ଆକାରରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande