କେନ୍ଦ୍ରାପଡା, ୫ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକ ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି । ଏହି ଚଢଉ ନିକିରେଇ, ଡେରାବିଶ, ତାନ୍ତିଆପାଳ ମେରାଇନ ଓ ମହାକାଳପଡ଼ା ଥାନା ଅଧିନସ୍ଥ ବେନୁପୁର ଗ୍ରାମର ମନୋଜ କୁମାର ସାହୁଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ, ରାଜନଗର ଗ୍ରାମର ନିରଞ୍ଜନ ମଳିକଙ୍କ ଠାରୁ ୧୭ ଲିଟର ଦେଶୀ ମଦ, ଟନ୍ତିଆପାଳ ଗ୍ରାମର ଶ୍ରୀକାନ୍ତ କାନ୍ଦରଙ୍କ ଠାରୁ ୧୫ ଲିଟର ଦେଶୀ ମଦ, ବଡପଡା ଗ୍ରାମର ଗୁରୁପଡା ପରିଡାଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ବିଜୟନଗର ଗ୍ରାମର ଜ୍ଞାନରଞ୍ଜନ ଦାସଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଓ ବାଲିପଡ଼ା ଗ୍ରାମର ସାଗର ବେହେରାଙ୍କ ଠାରୁ ୧୩ ଲିଟର ଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି। ଏମାନଙ୍କ ପାଖରୁ ସମୁଦାୟ ୧୦୮ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଆଗାମୀ ଦିନରେ ଏହି ଚଢ଼ଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ କହିଛନ୍ତି।
ଏହି ଚଢ଼ଉରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି