ନଗ୍ନ ଫଟୋ ଭାଇରାଲ କରିବା ଧମକ ଦେଇ ଲୁଟି ନେଲେ ୬ଲକ୍ଷରୁ ଉର୍ଦ୍ଧ୍ୱ
ବାରିପଦା, ୫ ଅଗଷ୍ଟ (ହି.ସ.) - ସୋସିଆଲ ମିଡିଆରେ ଯୁବତୀଙ୍କ ସହ ନଗ୍ନ ଫୋଟ ଭାଇରାଲ କରିବା ଧମକ ଦେଇ ୬,୧୪,୫୦୦ଟଙ୍କା ଲୁଟି ନେଇଛନ୍ତି। ଏନେଇ ବିଶୋଇ ଥାନା ଅନ୍ତର୍ଗତ ସାନମଣଦା ଗ୍ରାମର ନନ୍ଦିରାମ ନାଏକ ସାଇବର ଠକେଇର ଶିକାର ପାଲଟି ଥିଲେ । ଏହାକୁ ନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛ
ନଗ୍ନ ଫଟୋ ଭାଇରାଲ କରିବା ଧମକ ଦେଇ ଲୁଟି ନେଲେ ୬ଲକ୍ଷରୁ ଉର୍ଦ୍ଧ୍ୱ


ବାରିପଦା, ୫ ଅଗଷ୍ଟ (ହି.ସ.) - ସୋସିଆଲ ମିଡିଆରେ ଯୁବତୀଙ୍କ ସହ ନଗ୍ନ ଫୋଟ ଭାଇରାଲ କରିବା ଧମକ ଦେଇ ୬,୧୪,୫୦୦ଟଙ୍କା ଲୁଟି ନେଇଛନ୍ତି। ଏନେଇ ବିଶୋଇ ଥାନା ଅନ୍ତର୍ଗତ ସାନମଣଦା ଗ୍ରାମର ନନ୍ଦିରାମ ନାଏକ ସାଇବର ଠକେଇର ଶିକାର ପାଲଟି ଥିଲେ । ଏହାକୁ ନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି ନନ୍ଦିରାମ । ସୂଚନାରୁ ଜଣାପଡିଛି, ନନ୍ଦିରାମଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଓ ହ୍ୱାଟ୍ସଆପ କଲ ଆସିଥିଲା। ଅଜଣା ବ୍ୟକ୍ତି ଜଣକ ତାଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ତାଙ୍କର ଓ ଅନ୍ୟ ଜଣେ ମହିଳାଙ୍କ ନଗ୍ନ ଫୋଟ ସୋସିଆଲ ମିଡିଆ ଭାଇରାଲ କରିବା ନେଇ ଧମକ ଦେଇଥିଲେ। ଯାହାକୁ ନେଇ ସେ ଭୟଭୀତ ହୋଇ ପର୍ଯ୍ୟାୟକ୍ରମରେ ଦୁଇଟି ବ୍ୟାଙ୍କ ଆକାଉଂଟରୁ ସମୁଦାୟ ୬,୧୪,୫୦୦ଟଙ୍କା ପ୍ରଦାନ କରିଥିଲେ। ଏହାପରେ ମଧ୍ୟ ଟଙ୍କା ମାଗିବାରୁ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande