ମହାକାଳପଡା ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ଉପ ଜିଲ୍ଲାପାଳଙ୍କୁ ଭେଟିଲେ ସମିତିସଭ୍ୟ
କେନ୍ଦ୍ରାପଡା, ୫ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ଅଧ୍ୟକ୍ଷଙ୍କର ଅନାସ୍ଥା ପ୍ରସ୍ତାବ ଗୃହୀତ ହେବାପରେ ଏବେ ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ବ୍ଲକର ସମିତିସଭ୍ୟ ମାନେ ଉପ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି
ମହାକାଳପଡା ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ଉପ ଜିଲ୍ଲାପାଳଙ୍କୁ ଭେଟିଲେ ସମିତିସଭ୍ୟ


କେନ୍ଦ୍ରାପଡା, ୫ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ଅଧ୍ୟକ୍ଷଙ୍କର ଅନାସ୍ଥା ପ୍ରସ୍ତାବ ଗୃହୀତ ହେବାପରେ ଏବେ ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ବ୍ଲକର ସମିତିସଭ୍ୟ ମାନେ ଉପ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ଲକ ଉପାଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନିତିଖୋର ମନୋଭାବ ଯୋଗୁଁ ମହାକାଳପଡା ବ୍ଲକରେ ଲୋକାଭିମୁଖୀ କାର୍ଯ୍ୟ ବାଧା ପାଇବା ସହ ଜନମଙ୍ଗଳ ରାଷ୍ଟ୍ରରେ ଦପ୍ତରଙ୍କୁ ଲୋକଙ୍କ ହିତରେ ଚଳାଇବା କାର୍ଯ୍ୟରେ ସେ ମୁଖ୍ୟ ବାଧକ ସାଜିଥିବା ତଥା ସମିତିସଭ୍ୟ ଓ ଜନ ପ୍ରତିନିଧି ମାନଙ୍କ ପରାମର୍ଶକୁ ଅଣଦେଖା କରି ମନମାନି ଚଳାଇଥିବା ଅଭିଯୋଗ କରିଛନ୍ତି । ଦାବିପତ୍ର ରେ ସମିତିସଭ୍ୟ/ସଭ୍ୟା ମାନଙ୍କର ହସ୍ତାକ୍ଷର ଥିବା ଏକ ରେଜୁଲେସନ କପି ଦେବା ସହିତ ଅନାସ୍ଥା ପ୍ରସ୍ତାବର ବୈଠକ ଆହ୍ୱାନ ନିମନ୍ତେ ନିର୍ଦ୍ଧାରିତ ସ୍ଥାନ, ତାରିଖ ଓ ସମୟ ସ୍ଥିର କରି ପଂଚାୟତ ସମିତିର ଭୋଟଦାନ ଅଧିକାର ଥିବା ସମସ୍ତ ସଭ୍ୟ/ସଭ୍ୟା ମାନଙ୍କୁ ବିଜ୍ଞାପନ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରିଛନ୍ତି । ଜନ ସାଧାରଣଙ୍କ ହିତ ଦୃଷ୍ଟିରୁ ଏହାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରାଯାଇଛି ।

ଦାବିପତ୍ର ପ୍ରଦାନ ସମୟରେ ମିରାରାଣୀ ମହାନ୍ତି, ପ୍ରତାପଚନ୍ଦ୍ର ଦାସ, ରଂଜନ କୁମାର ଚୈାଧୁରୀ, ସରୋଜ ପରିଡା, ଅଲେଖ ଚନ୍ଦ୍ର ପ୍ରଧାନ, ସତ୍ୟବ୍ରତ ବେହେରା, ସଫଳା ମଲିକ, ସସ୍ମିତା ସେଠୀ, ପ୍ରିୟଙ୍କା ମଲିକ, ସଂଗ୍ରାମ ମଲିକ, ଭଗବତୀ ମଣ୍ଡଳ, ପ୍ରିୟଙ୍କା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande