ଫୁଲବାଣୀ ରେ ଓଡ଼ିଆ ସାମ୍ବାଦିକତା ଦିବସ -୨୦୨୫ ପାଳିତ
Odiya Sambadikata diwash observation in Phulbani
ଫୋଟ


କନ୍ଧମାଳ , ୫ ଅଗଷ୍ଟ (ହି.ସ.) କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମର ସଭାପତି ସୂର୍ଯ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ୱ ରେ ଓଡ଼ିଆ ସାମ୍ବାଦିକତା ଦିବସ -୨୦୨୫ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ଶିବାନନ୍ଦ ପଟ୍ଟନାୟକ,ପ୍ରଶାନ୍ତ କୁମାର ବେହେରା, ଅଶୋକ ପରିଡା, ସୁନୀଲ ବିଶ୍ୱାଳ ପ୍ରମୁଖ ମଞ୍ଚାସିନ ହୋଇ ସାମ୍ବାଦିକ ମାନଙ୍କ ପ୍ରକୃତ କର୍ତଵ୍ୟ ଲକ୍ଷ ଉଦ୍ଦେଶ୍ୟ କିପରି ରହିବା ଆବଶ୍ୟକ ତାରି ଉପରେ ନିଜ ନିଜର ବକ୍ତବ୍ୟ ରଖି ଥିଲେ l ସାମ୍ବାଦିକଙ୍କ ଶାଳୀନତା ହେଉଛି ଜଣେ ସାମ୍ବାଦିକର ପ୍ରକୃତ ପରିଚୟ ଯାହାକି ତାକୁ ସମାଜରେ ଆଗକୁ ବଢିବା ରେ ସାହାଯ୍ୟ କରିଥାଏ ତେଣୁ ଆପଣମାନେ ମିଥ୍ୟା ଖବର କିମ୍ବା ଅର୍ଥ ଲୋଭରେ ଖବରର ସତ୍ୟା ସତ୍ୟ ନଥାଇ ଯିଏ ଯାହା ପଠେଇ ଦେଲେ କପି ପେଷ୍ଟ କରି ପ୍ରଚାର ପ୍ରସାର ନକରିବାକୁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଶିବ ବିଶ୍ୱାଳ, ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ,ସହ ସମ୍ପାଦକ ଶିବ ନାୟକ, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ପ୍ରଶାନ୍ତ ଜେନା,ବଳଦେବ ବେହେରା, ଗୌର ବେହେରା,ସୁଧୀର ମହାରଣା, ଶିବ ରାମ ନାୟକ,ଅମ୍ବୁଜ ବେହେରା, ରଞ୍ଜିତ ଦିଗାଲ, ଦାରୁଣ ବେହେରା,ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande