ପତଞ୍ଜଳି ପରିବାର ଦ୍ୱାରା ବଲାଙ୍ଗିର ରେ ବିଶ୍ୱ ଯୋଗ ଦିବସ
ବଲାଙ୍ଗିର, 5 ଅଗଷ୍ଟ (ହି.ସ.) - ପତଞ୍ଜଳି ପରିବାର ବଲାଙ୍ଗିର ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧ତମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛିା ଜଗଦୀଶ ଯୋଗଲୟ ଠାରେ ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ରଘୁନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର
ପତଞ୍ଜଳି ପରିବାର ଦ୍ୱାରା ବଲାଙ୍ଗିର ରେ ବିଶ୍ୱ ଯୋଗ ଦିବସ


ବଲାଙ୍ଗିର, 5 ଅଗଷ୍ଟ (ହି.ସ.)

- ପତଞ୍ଜଳି ପରିବାର ବଲାଙ୍ଗିର ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧ତମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛିା ଜଗଦୀଶ ଯୋଗଲୟ ଠାରେ ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ରଘୁନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲାର ଯୋଗ ପ୍ରେମୀମାନେ ଯୋଗ ଦିବସ ରେ ସାମିଲ ହୋଇଥିଲେ । ବରିଷ୍ଟ ଯୋଗ ଶିକ୍ଷକ ଶଙ୍କର ଅଗ୍ରୱାଲ ଏବଂ ମହିଳା ପ୍ରଭାରୀ ସୁଜାତା ଦିଶ୍ରୀ ଯୋଗ ପ୍ରୋଟୋକଲ ଅଭ୍ୟାସ କରାଇଥିଲେ । ବରଗାଁ ମେଡିକାଲ ପରିସର, ବଇଦୁପାଲି ଓ ପୁଇଁନ୍ତଲା ଠାରେ ରଘୁନାଥ ଷଡଙ୍ଗୀ, ରେଲୱେ, ଗ୍ରୀଡକୋ ଠାରେ ସୁଜାତା ଦିଶ୍ରୀ, ଆଗଲପୁର ବ୍ଲକ ପରିସରରେ ଯୁବ ଭାରତ ପ୍ରଭାରୀ ଜ୍ୟୋତି ପ୍ରକାଶ ସାହୁ, ଲୋଇସିଂହା କଲେଜ ଠାରେ ସୋସିଆଲ ମିଡିଆ ପ୍ରଭାରୀ ସସ୍ମିତା ସାହୁ ପ୍ରଭୃତି ଯୋଗ ର ପ୍ରୋଟୋକଲ ଅଭ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୋଦ ଲେଙ୍କା, ବାଳକୃଷ୍ଣ ଅଗ୍ରୱାଲ ସହ ପ୍ରଭାରୀ ନିହାରିକା ମିଶ୍ର, ରାମ ଶଙ୍କର ଚନ୍ଦନ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande