ପାଠ ପଢ଼ାଇବା ନାଁରେ ଛାତ୍ରାବାସରେ ଚାଲୁଛି ବେଆଇନ ଧର୍ମାନ୍ତରୀକରଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ
ବଲାଙ୍ଗିର, ୫ ଅଗଷ୍ଟ (ହି.ସ.)- ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ବୁର୍ଡା ଅନ୍ତର୍ଗତ ବାଞ୍ଜୀ ପାଲିଗ୍ରାମରେ ବେଆଇନ ଭାବେ ଚାଲୁଥିବା ଛାତ୍ରାବାସରେ ଧର୍ମାନ୍ତରୀକରଣ କରାଯାଉଛି। ଏହାକୁ ବନ୍ଦ କରିବା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜିଲାପାଳଙ୍କୁ ଦାବି ପତ୍ର ପ
ପାଠ ପଢ଼ାଇବା ନାଁରେ ଛାତ୍ରାବାସରେ ଚାଲୁଛି ବେଆଇନ ଧର୍ମାନ୍ତରୀକରଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…


ବଲାଙ୍ଗିର, ୫ ଅଗଷ୍ଟ (ହି.ସ.)- ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ବୁର୍ଡା ଅନ୍ତର୍ଗତ ବାଞ୍ଜୀ ପାଲିଗ୍ରାମରେ ବେଆଇନ ଭାବେ ଚାଲୁଥିବା ଛାତ୍ରାବାସରେ ଧର୍ମାନ୍ତରୀକରଣ କରାଯାଉଛି। ଏହାକୁ ବନ୍ଦ କରିବା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରଯାଇଛି। ବାଞ୍ଜୀପାଲି ଗ୍ରାମରେ ବେଆଇନ ଭାବରେ ଛାତ୍ରାବାସରେ ନିରୀହ ଗରିବ ଆଦିବାସୀ ଓ ହରିଜନ ନାବାଳିକା ଝିଅ ଓ ପୁଅ ମାନଙ୍କୁ ପାଠ ପଢ଼ାଇବା ନାଁରେ ଧର୍ମାନ୍ତରୀକରଣ କରଯାଉଛି। ଏହି ଅନୁଷ୍ଠାନକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜିଲାରେ ଧର୍ମାନ୍ତରୀକରଣ ବନ୍ଦ କରାଯାଉନାହିଁ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ଧର୍ମାନ୍ତରୀକରଣକୁ ପ୍ରଶୟ ଦେଉଥିବା ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଶ୍ୱ ହିନ୍ଦୁ ପରିଷଦର ପବତ୍ର କୁମାର ଦାଶ, ନରେନ୍ଦ୍ର କୁମାର ବେହେରା, ସୋମନାଥ ସିଂଦେଓ, ସଞ୍ଜୀବ କୁମାର ନାୟକ, ଶଙ୍କର ପାଣିଗ୍ରାହି ଓ ଅନ୍ୟମାନେ ଦାବି ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande