ମେଗା ଲିଫ୍ଟ କେନାଲରେ ଭାସିଯାଇ ଯୁବକ ମୃତ
ମୁଖୀଗୁଡା, ୫ ଅଗଷ୍ଟ (ହି.ସ.)- ମେଗା ଲିଫ୍ଟ କେନାଲରେ ଭାସି ମୃତ୍ୟୁବରଣ କଲେ ଜଣେ ଯୁବକ । ଲିଫ୍ଟ କେନାଲରେ ଭାସିଯାଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ହୀରାପୁର ଗ୍ରାମପଞ୍ଚାୟତ ତୋଟାପଡା ଗାଁର ବୁଟୁ ଯାନୀ (୪୫)ଙ୍କ ମୃତ୍ଯୁ ଘଟିଛି। ସୂଚନା ଅନୁଯାୟୀ, ବୁଟୁ ଯାନୀ ଗତକାଲି ପାବଳୀ ଗାଁକୁ ତ
ମେଗା ଲିଫ୍ଟ କେନାଲରେ ଭାସିଯାଇ ଯୁବକ ମୃତ


ମୁଖୀଗୁଡା, ୫ ଅଗଷ୍ଟ (ହି.ସ.)- ମେଗା ଲିଫ୍ଟ କେନାଲରେ ଭାସି ମୃତ୍ୟୁବରଣ କଲେ ଜଣେ ଯୁବକ । ଲିଫ୍ଟ କେନାଲରେ ଭାସିଯାଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ହୀରାପୁର ଗ୍ରାମପଞ୍ଚାୟତ ତୋଟାପଡା ଗାଁର ବୁଟୁ ଯାନୀ (୪୫)ଙ୍କ ମୃତ୍ଯୁ ଘଟିଛି।

ସୂଚନା ଅନୁଯାୟୀ, ବୁଟୁ ଯାନୀ ଗତକାଲି ପାବଳୀ ଗାଁକୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିବାରୁ ସେ ଶବ ସଂସ୍କାରରେ ଯୋଗ ଦେବାକୁ ଆସିଥିଲେ। ସନ୍ଧ୍ୟାରେ ଫେରିବା ବାଟରେ ସୁନାମାଲ ନିକଟ ମେଗା ଲିଫ୍ଟ କେନାଲରେ ଗାଧୋଇବାକୁ ଯାଇ ଭାସି ଯାଇଥିଲେ । କେନାଲ ହୁଡ଼ାରେ ତାଙ୍କର ଚପଲ ଓ ଗାମୁଛା ପଡିଥ‌ିବା ଦେଖିବାକୁ ମିଳିଥିଲା। ଆଜି ତାଙ୍କର ମୃତଦେହକୁ ଜୟପାଟଣା ଅଗ୍ନିଶମ ବିଭାଗର କର୍ମଚାରୀ, ଓଆଇସି ଭରତ କରକରା, ଗୁଲୁ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ଚାଉଳ ଡଙ୍ଗର କେନାଲ ପାଖରୁ ଉଦ୍ଧାର କରିଛନ୍ତି। ପୋଲିସର ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande