ଗଂଜାମ, 5 ଅଗଷ୍ଟ (ହି.ସ.)
ପିତ୍ତଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରଥମ ଥର ପାଇଁ ଫାର୍ମାସୀ ଅଧିକାରୀ ବସନ୍ତ କୁମାର ସୁବୁଦ୍ଧିଙ୍କ ଉଦ୍ୟମ ଫଳରେ ଜଳାନ୍ତକ ଇଂଜେକସନ ଷ୍ଟକ ଆସି ପହଂଚିଛି। ଫଳରେ ଏ ଅଂଚଳର ଜନସାଧାରଣ ଆଉ ଏହି ଇଂଜେକସନ ପାଇଁ ହିଂଜିଳିକାଟୁ, ଆସିକା ଓ ବ୍ରହ୍ମପୁର ସହରକୁ ଦୌଡିବାକୁ ପଡିବ ନାହିଁ । ଏହି ଘଟଣାକୁ ଜନସାଧାରଣଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ