କେନ୍ଦୁଝର, ୫ ଅଗଷ୍ଟ (ହି.ସ.) - ଉଚ୍ଚ ନ୍ୟାୟଳୟ ନିକଟରୁ ନୋଟିସ ପାଇ ରାଜ୍ୟ ପ୍ରଦୂଷଣ ବୋର୍ଡ ନିକଟକୁ ଯାଉଥିବା କେନ୍ଦୁଝର ସଦର ବ୍ଲକର ମହାଦେଇଯୋଡ଼ା ପଂଚାୟତର ଟିକରପଡ଼ା ଗ୍ରାମବାସୀ। ସେମାନଙ୍କୁ ହସନପୂର ଟୋଲ ଗେଟ୍ ନିକଟରେ ଅଟକାଇଲା ପୋଲିସ । ଟୋଲ ଗେଟ ସମ୍ମୁଖରେ ବେଆଇନ ଅଟକ ନେଇ ଗ୍ରାମବାସୀ ପ୍ରତିବାଦ କରିଥିଲେ। କିଛି ବୁଦ୍ଧିଜୀବୀ ପହଂଚି ପୋଲିସର ଏହି ବେଆଇନ ଚେକିଙ୍ଗକୁ ନେଇ ପ୍ରତିବାଦ କରିବାରୁ ପୋଲିସ ଗ୍ରାମବାସୀଙ୍କୁ ଛାଡି ଦେଇଥିଲା। ଏନେଇ ଉକ୍ତ ଟୋଲ ଗେଟ ନିକଟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ପ୍ରକାଶ ଯେ ଏସ ଆର କମ୍ପାନୀର ଏକ ଲୁହାପଥର ଗୁଣ୍ଡି କରି ପାଇପ ଯୋଗେ ଲୁହାପଥର ପରିବହନ ପାଇଁ ଏକ ୱାସିଂ ପ୍ଲାଂଟ ପ୍ରତିଷ୍ଠା ପାଇଁ ବାହାର ପଂଚାୟତରୁ ଲୋକ ଆଣି କରାଯାଇଥିଲା ବେଆଇନ ଜନ ଶୁଣାଣି କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ଗ୍ରାମର ମୂଳ ପ୍ରଭାବିତ ବାସିନ୍ଦା ପ୍ରତିବାଦ କରିଆସୁଛନ୍ତି । ଏନେଇ ହାଇକୋର୍ଟ ଦ୍ୱାରସ୍ଥ ହେଇଥିଲେ ଗ୍ରାମବାସୀ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA