ବାରିପଦା, ୫ ଅଗଷ୍ଟ (ହି.ସ.)- ପର୍ଯ୍ୟଟନ ଶିଳ୍ପର ବିକାଶ ମାଧ୍ୟମରେ ଲକ୍ଷାଧିକ ବେକାର ଯୁବକ ଯୁବତୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଓ ସ୍ଥାନୀୟ ଅଞ୍ଚଳର କିପରି ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ସେ ବାବଦରେ ଦୀର୍ଘ ବର୍ଷ ଧରି ଆନ୍ଦୋଳନରତ ଭଞ୍ଜସେନା ପକ୍ଷରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ପରିକଳ୍ପନାରେ ଚଳଚିତ୍ର ଆନ୍ଦୋଳନ ଚଳିତ ଅଗଷ୍ଟ ୨୦ ତାରିଖ ରିଲିଜ ହେବାକୁ ଥିବାବେଳେ, ଆଜି ବାରିପଦା ମଧୁବନ ସ୍ଥିତ ମାଆ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା ହୋଇ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଏବଂ ଏକ ସଙ୍ଗୀତ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ କର କମଳରେ ଉନ୍ମୋଚିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ସଂଗଠନର ବହୁ ପଦାଧିକାରୀଙ୍କ ସହିତ ଆନ୍ଦୋଳନ ଚଳଚିତ୍ରର ଲେଖକ, ନିର୍ଦେଶକ ଏବଂ ବହୁ କଳାକାର ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ