ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗଣ ଶିକ୍ଷକ
କେନ୍ଦ୍ରାପଡା, ୫ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ୨୦୦୨ ମସିହା ଠାରୁ ବିଭିନ୍ନ ବ୍ଲକ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସାହି, ବସ୍ତି ଓ ୱାର୍ଡ ମାନଙ୍କରେ ପ୍ରଥମେ ନନଫର୍ମାଲ ଏବଂ ପରେ ପରେ ଇ.ଜି.ଏସ ଶିକ୍ଷକ ଭାବେ ମାତ୍ର ଏକ ହଜାର ଟଙ୍କା ଦରମାରେ ରାଜ୍ୟ ସରକାର ନିଯୁକ୍ତି
ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗଣ ଶିକ୍ଷକ


କେନ୍ଦ୍ରାପଡା, ୫ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ୨୦୦୨ ମସିହା ଠାରୁ ବିଭିନ୍ନ ବ୍ଲକ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସାହି, ବସ୍ତି ଓ ୱାର୍ଡ ମାନଙ୍କରେ ପ୍ରଥମେ ନନଫର୍ମାଲ ଏବଂ ପରେ ପରେ ଇ.ଜି.ଏସ ଶିକ୍ଷକ ଭାବେ ମାତ୍ର ଏକ ହଜାର ଟଙ୍କା ଦରମାରେ ରାଜ୍ୟ ସରକାର ନିଯୁକ୍ତି କରିଥିବା ୭୨୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ୬୧୩ ଜଣ ବ୍ୟକ୍ତିଙ୍କୁ ଗଣ ଶିକ୍ଷକ ଭାବେ ୨୦୧୦ ମସିହାରେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଥିବା ବେଳେ ଅବଶିଷ୍ଟ ପାଖା ପାଖି ୭୧ ଜଣଙ୍କୁ ସରକାର ନିଯୁକ୍ତି ପତ୍ର ପ୍ରଦାନ ନ କରିବାରୁ ଏହି ଘଟଣାବଳି ସମ୍ଭାନ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟଳୟରେ ମଧ୍ୟ ଏକ ମାମଲା ଦାୟର କରାଯାଇଥିଲା। ଉଚ୍ଚ ନ୍ୟାୟାଳୟ ମଧ୍ୟ ଅତ୍ୟନ୍ତ ଗୁରୂତ୍ୱର ସହିତ ଏହି ପ୍ରସଙ୍ଗକୁ ବିଚାରକୁ ନେଇ ତୁରନ୍ତ ନିଯୁକ୍ତି ପ୍ରଦାନ ନିମନ୍ତେ ତତ୍କାଳୀନ ଜିଲ୍ଲାପାଳଙ୍କୁ ନିର୍ଦେଶ ମଧ୍ୟ ପ୍ରଦାନ କରିଥିଲେ । ହେଲେ ତତ୍କାଳୀନ ଜିଲ୍ଲାପାଳ ଉକ୍ତ ଆଦେଶନାମାକୁ କାୟମ ରଖି ଆଉ ସେମାନଙ୍କୁ ନିଯୁକ୍ତି ପ୍ରଦାନ ନକରିବାରୁ ବଳକା ୭୧ ଜଣଙ୍କ ମଧ୍ୟରୁ ଜଣେ ମହିଳା ତତ୍କାଳୀନ ଜିଲ୍ଲାପାଳ ଏବଂ ଡିଇଓଙ୍କୁ ଧରା ଧରି କରି ନିଯୁକ୍ତି ପାଇଥିବା ବେଳେ ଅନ୍ୟ ୭୦ ଜଣ ବ୍ୟକ୍ତିଙ୍କୁ ଦାଇତ୍ୱରେ ଥିବା ଡି.ଇ.ଓ ବାବୁ ୭୦ ଜଣ ମହିଳା ଓ ପୁରୁଷ (ଇଜିଏସ) କର୍ମୀ ଅଦ୍ୟାବଧି ମଧ୍ୟ ନିଯୁକ୍ତି ପ୍ରଦାନରୁ ବଞ୍ଚିତ କରାଯାଇଛି ବୋଲି ସ୍ୱର୍ଣ୍ଣଲତା ମହାନ୍ତିଙ୍କ ନେତୃତ୍ୱରେ ସ୍ନେହଲତା ତ୍ରିପାଠୀ, ବାବୁରାମ ନାୟକ, ବେବିନା ପଣ୍ଡା, ସରସ୍ୱତୀ ରାଉତ, ମମତା ନାୟକ ଓ ସୁଚିତ୍ରା ନାୟକ ପ୍ରମୁଖଙ୍କ ସମେତ ପ୍ରାୟ ଶତାଧିକ ଇଜିଏସ୍ କର୍ମୀ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟି ଏକ ଲିଖିତ ଦାବିପତ୍ର କରି ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande