ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଜିଲ୍ଲାପାଳଙ୍କ ସହିତ ଆଲୋଚନା
କେନ୍ଦ୍ରାପଡା, ୫ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତାବୃନ୍ଦ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସମ୍ବ୍‌ର୍ଧିତ କରିବା ପରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ଆ
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଜିଲ୍ଲାପାଳଙ୍କ ସହିତ ଆଲୋଚନା


କେନ୍ଦ୍ରାପଡା, ୫ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତାବୃନ୍ଦ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସମ୍ବ୍‌ର୍ଧିତ କରିବା ପରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ଆୟାର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ଓ ଜିଲ୍ଲାପାଳ ବରିଷ୍ଠ ପେନସନ୍ ଧାରୀ ମାନଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।

ଏହି ସାକ୍ଷାତ ସମୟରେ ସଭାପତି ପିତାମ୍ବର ଦାସ, ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର ଜେନା, ଯୁଗ୍ମ ସମ୍ପାଦକ ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ସମୀକ୍ଷକ ରବୀନ୍ଦ୍ରନାଥ ରଥ, ଉପସଭାପତି ମହମ୍ମଦ ଜାହିଦ ପ୍ରମୂଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande