ରୋଟାରୀ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ: ସମ୍ବଲପୁର ବିଶ୍ଵବିଦ୍ୟାଳୟ ଚମ୍ପିୟାନ
ରୋଟାରୀ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ: ସମ୍ବଲପୁର ବିଶ୍ଵବିଦ୍ୟାଳୟ ଚମ୍ପିୟାନ
ରୋଟାରୀ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ: ସମ୍ବଲପୁର ବିଶ୍ଵବିଦ୍ୟାଳୟ ଚମ୍ପିୟାନ


ସମ୍ବଲପୁର, ୦୫ ଅଗଷ୍ଟ (ହି.ସ.) ବୁର୍ଲା ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ରୋଟାରୀ କ୍ଲବ ପକ୍ଷରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦଳ ୨-୦ ଗୋଲରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଏକାଦଶ କୁ ହରାଇ ଚମ୍ପୀୟନ ହୋଇଥିଲେ। ପ୍ରତିଯୋଗିତା ରେ ଆଇଆଇଏମ ସମ୍ବଲପୁର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଭିସୁଟ୍‌‌ ଓ ଭିମସାର୍‌‌ ଦଳ ଅଂଶ ଗ୍ରହଣ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ର. ବିଧୁ ଭୂଷଣ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ରୋଟାରୀ କ୍ଲବର ପତାକା ଉତ୍ତୋଳନ କରି ଉଦ୍‌‌ଘାଟନ କରିଥିଲେ। କ୍ଲବ ର ସଭାପତି ସୁମନ୍ତ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷ ଶିବ ପ୍ରସାଦ ପାଢ଼ୀ ପ୍ରତିଯୋଗିତାର ଉଦ୍ଦେଶ୍ୟ ଏବଂ ସମାଜ ପ୍ରତି ରୋଟାରୀ କ୍ଲବର ଭୂମିକା ବିଷୟରେ ବିବରଣୀ ଦେଇଥିଲେ। କ୍ଲବ ସମ୍ପାଦକ ପ୍ର. ଡି.କେ ମହାଳିକ ଏବଂ ପ୍ର. ମଳୟ ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଫାଇନାଲରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦଳ ୨-୦ ଗୋଲରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏକାଦଶ କୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ଉଦ୍‌‌ଯାପନୀ ଉତ୍ସବରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ଟ୍ରଫି ଓ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ଓରାମ ଶ୍ରେଷ୍ଠ ଗୋଲ କିପର ଏବଂ ସତ୍ୟ ଦାଶ ଶ୍ରେଷ୍ଠ ରକ୍ଷଣ ଭାଗ ଖେଳାଳି ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସୁମନ ବିଶ୍ଵାଳ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା। ଏଥିରେ ବୁର୍ଲା ଆଥଲେଟିକ ଆସୋସିଏସନର ଲକ୍ଷ୍ମୀଧର ମହାନ୍ତି ଓ ରଞ୍ଜିତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରୋଟାରୀ କ୍ଲବ ପକ୍ଷରୁ ସବ୍‌‌ ଜୁନିଅର ଗ୍ରୁପ୍ର ଫୁଟବଲ ଖେଳାଳୀ ମାନଙ୍କୁ ଜର୍ସି ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାର ସମସ୍ତ ମ୍ୟାଚ୍‌‌କୁ ରେଫରି ମଥୁରା ଓରାମ, ଶିବୁ ରେଡ୍ଡି, ଗୋପୀନାଥ ପାଣ୍ଡେ, ଶାନ୍ତ ରଣବିଡ଼ା ଓ କବି ବାହାଦୂର ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande