ଭୁବନେଶ୍ୱର, 5 ଅଗଷ୍ଟ (ହି.ସ.)- ଶ୍ରୀମନ୍ଦିରକୁ
ସ୍ପାଇ କ୍ୟାମେରା ଧରା ପଡ଼ିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା
ରଖିଛନ୍ତି । ସେ କହିଛନ୍ତି ଯେ,ଏ ବାବଦରେ ସରକାର
ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି । କେମିତି କଠୋର ଚେକିଂ ହେବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ
। ଏହାସହ ଯେଉଁମାନେ ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ଉପରେ ଦଣ୍ଡ ବିଧାନ କରାଯିବ । ଯେହେତୁ
ଚଷମାରେ ସ୍ପାଇ କ୍ୟାମେରା ଆସୁଛି । ତେଣୁ ଲୋକ ମାନେ ଯେତେବେଳେ ସିଂହ ଦ୍ୱାର କିମ୍ବା ଅନ୍ୟ
ଦ୍ଵାରରେ ପ୍ରବେଶ କରୁଛନ୍ତି ପୋଲିସ ଜାଣିବା ବି କଷ୍ଟ ହେଉଛି । କେବଳ ଫଟୋ ଉଠାଇବା ସମୟରେ
ଲାଇଟ୍ ଜଳିଲେ ଜାଣିହେବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା