ମାଲକାନଗିରି, ୫ ଅଗଷ୍ଟ (ହି.ସ.)- ମାଲକାନଗିରି ବ୍ଲକ ଶହୀଦ୍ ନରସିଂ ଡମ୍ ସମାଜ ତରଫରୁ ଆଦିବାସୀ ମାନ୍ୟତା ନିମନ୍ତେ ଆଜି ମାଲକାନଗିରି ବ୍ଲକ ପଦ୍ମଗିରି ଧାନ ମଣ୍ଡି ଠାରେ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଜିର ଶହୀଦ୍ ନରସିଂ ଡମ୍ ସମାଜ କାର୍ଯ୍ୟକ୍ରମ ରେ ନୂତନ ବ୍ଲକ ସଭାପତି ଦେନିରାମ ନାଗୁଲ ଓ ବ୍ଲକ କମ୍ମିଟି ପଦାଧିକାରୀ ଙ୍କ ନେତୃତ୍ୱରେ ମାଲକାନଗିରି ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତର ଶହୀଦ୍ ନରସିଂ ଡମ୍ ସମାଜ କର୍ମକର୍ତ୍ତା ,ମାଲକାନଗିରି ଜିଲ୍ଲାର ୭ ବ୍ଲକ ର ଶହୀଦ୍ ନରସିଂ ଡମ୍ ସମାଜ କର୍ମକର୍ତ୍ତା ଏବଂ ମାଲକାନଗିରି ଜିଲ୍ଲା ଶହୀଦ୍ ନରସିଂ ଡମ୍ ସମାଜ ଜିଲ୍ଲା ନେତୃମଣ୍ଡଳୀଙ୍କ ସହ ହଜାର ହଜାର ଶହୀଦ୍ ନରସିଂ ଡମ୍ ସମାଜର ଜନ ସାଧାରଣ ଯୋଗଦେଇ ଏକ ବିରାଟ ପଟୁଆର ରେ ପଦ୍ମଗିରି ରେ ନିଜ ଡମ୍ ଜାତିର ପାରମ୍ପରିକ ପୋଷାକ ଓ ନାଚ, ଗୀତ, ଡମ୍ ଜାତିର ପାରମ୍ପରିକ ବାଜା ବଜେଇ ଢ଼େମସା ନାଚି ରାଲି ମାଧ୍ୟମରେ ବାବା ସାହେବ ଡ଼.ଭୀମ୍ ରାଓ ଆମ୍ବେଦକର ଓ ସହୀଦ୍ ନର୍ସିଂ ଡମ୍ ଙ୍କ ଜୟ ଗାନ କରି ଆଦିବାସୀ ମାନ୍ୟତା ନିମନ୍ତେ ପଦ୍ମଗିରି ଧାନ ମଣ୍ଡିରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚି ଥିଲେ । ଆଜିର ଆୟୋଜିତ ଶହୀଦ୍ ନରସିଂ ଡମ୍ ସମାଜ, ମାଲକାନଗିରି ବ୍ଲକ ତରଫରୁ ଆଦିବାସୀ ମାନ୍ୟତା ନିମନ୍ତେ ଜନ ସମାବେଶ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବଳରାମ ଅନୁଗୁଳିଆ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲା ଡମ୍ ସମାଜ ଉପ ସଭାପତି ଡମ୍ବରୁ ବାଗ ଓ ଅବିଭକ୍ତ କୋରାପୁଟ ଜିଲ୍ଲା ଡମ୍ ସମାଜ ଯୁଗ୍ମ ସମ୍ପାଦକ କଣ୍ଟେଶ୍ୱର ପୋଟଲା ଯୋଗ ଦେଇଥିଲେ । ଏଥିରେ ମାଲକାନଗିରି ଜିଲ୍ଲାର ଶହୀଦ୍ ନରସିଂ ଡମ୍ ସମାଜ ର ଦୁଇ ବରିଷ୍ଠ ଉପଦେଷ୍ଟା ତଥା ମୁଖ୍ୟ ବକ୍ତା ସନ୍ତୋଷ କୁମାର ନାଗ ଏବଂ ରାଜେନ୍ଦ୍ର କୂଲ ଦୀପ ଯୋଗ ଦେଇ ଉପସ୍ଥିତ ଶହୀଦ୍ ନରସିଂ ଡମ୍ ସମାଜ ର ସମସ୍ତ ଜନ ସାଧାରଣ ଙ୍କୁ ଡମ୍ ଜାତି ଓ ଡମ୍ ମାନଙ୍କ ଅଧିକାର ଉପରେ ପ୍ରାଞ୍ଜଳ ଭାବେ ବୁଝେଇବା ସହ ଡମ୍ ଜାତି ର ସାମ୍ବିଧାନିକ ଅଧୂକାର ନିମନ୍ତେ ୬ ଦଫା ଦାବି ସରକାର ଙ୍କ ନିକଟରେ ଜଣାଇଲେ । ଚିଠି ନଂ-୧୮/୦୧/୨୦୧୭ ‘କୋର୍ଡ' ଭାରତ ସରକାରଙ୍କର ଅନୁଯାୟୀ ଆଦିବାସୀ ମାନ୍ୟତା ପ୍ରଦାନ ନିମନ୍ତେ ନୂତନ ମାର୍ଗ ଦର୍ଶିକା ଅନୁଯାୟୀ ମୂଳନିବାସୀ ଡମ୍ ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଉ । ଜିଲ୍ଲାର ୭ ଗୋଟି ବ୍ଲକ, ଗୋଟିଏ ମୁନିସିପାଲଟି,ଗୋଟିଏ ଏନ,ଏ,ସି ରେ ବସବାସ କରୁଥିବା ଭୂମିହୀନ ମାନଙ୍କୁ ଓଡିଶା ଭୁ ସଂସ୍କାର ଆଇନ ଅନୁଯାୟୀ ସ୍ଥାୟୀ ଭାବରେ ଥଇଥାନ କରାଯାଉ । ଜିଲ୍ଲାରେ ବସବାସ କରୁଥିବା ସମସ୍ତ ମୂଳନିବାସୀ ଶିକ୍ଷିତ ଡମ୍ ଯୁବତୀ ଓ ଯୁବକ ଯୋଗ୍ୟତା ସତନ୍ତ୍ର ସଂରକ୍ଷଣ ପ୍ରଦାନ କରାଯାଉ । ୨୦୦୬ ଜଙ୍ଗଲ ଜମି ଆଇନ ଅନୁଯାୟୀ ମୂଳନୀବାସୀ ଡମ୍ ମାନଙ୍କୁ ଗୋଷ୍ଠିଗତ ଏବଂ ବ୍ୟକ୍ତିଗତ ଅଧିକାର ନିମନ୍ତେ ପଟ୍ଟା ପ୍ରଦାନ କରାଯାଉ । ଧର୍ମ ନିର୍ବିସରେ ମୂଳନୀବାସୀ ଡମ୍ ମାନଙ୍କ ଜାତି ଭିତ୍ତିକ ଜନ ଗଣନା କରାଯାଉ ।
ଡମ୍ ଭାଷାକୁ ସରକାରୀ ବିଦ୍ୟାଳୟରେ ପାଠପଡା ନିମନ୍ତେ ମାନ୍ୟତା ପ୍ରଦାନ କରାଯାଉ । ଆଜିର ଶହୀଦ୍ ନରସିଂ ଡମ୍ ସମାଜ, ଆଦିବାସୀ ମାନ୍ୟତା ନିମନ୍ତେ ଜନ ସମାବେଶ କାର୍ଯ୍ୟକ୍ରମରେ ନୂତନ ବ୍ଲକ କମ୍ମିଟି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ନରସିଂ ଡମ୍ ସମାଜର ବରିଷ୍ଠ କର୍ମକର୍ତ୍ତା ପର୍ଶୁରାମ ଭକ୍ତ, ମଦନ ଖସଲା, ତୁଳସିରାମ ଦଳେଇ, ଡନେଲ ପୋଟଲା, ନାଟଗୁରୁ ଧନୁର୍ଜୟ ହନ୍ତାଳ, ସର୍ବ ବିଶୋଇ, ଶିବ ଖରା, ବିଜୟ ପୁସୁରୁ, ମଙ୍ଗଳା ପାଙ୍ଗି, ବସନ୍ତ ନାୟକ ପ୍ରମୁଖଙ୍କ ସହ ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସଭାପତି ଏବଂ ୫ ହଜାର ରୁ ଉର୍ଦ୍ଧ୍ବ ଜନ ସାଧାରଣ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ