କୋରାଇ, ୫ ଅଗଷ୍ଟ (ହି.ସ.)- କୋରାଇ ଶିକ୍ଷା ମଣ୍ଡଳୀ ଅଧିନସ୍ଥ ପାଣିକୋଇଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚଳିତ ବର୍ଷ ପାଇଁ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଗୁରୁଜୀ ପ୍ରମୋଦ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟ ବିଦ୍ୟୁତ ପରିଷଦର ସଭାପତି କେଶବ ରାଓ ଭୁକ୍ତା, ସମ୍ପାଦକ ରାଜକିଶୋର ମଲିକ, ଯୁଗ୍ମ ସମ୍ପାଦକ ବଳରାମ ସାମଲ, ବିଚାରକ ମଣ୍ଡଳୀରେ ମା ତାରିଣୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍୍ୟାନ ବିଭାଗର ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ପାଣିକୋଇଲି ସରକାରୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ରଶ୍ମୀରେଖା ପାତ୍ର, ବାଙ୍କସାହି ଆଂଚଳିକ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଅତିଥି ଶିକ୍ଷକ ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ବିଜ୍ଞାନ ମେଳାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟରେ ଅଧ୍ୟୟନ ରତ ସାଇ ଶଙ୍କର ବେହେରା, ସୁପ୍ରାଞଳୀ ମହାପାତ୍ର ପଲଭିତ ଜେନା, ଋୁତୁରାଜ ସାହୁ, ସାଧନା ନାୟକ ରାଷ୍ଟ୍ରୀୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ବିଦ୍ୟାଳୟ ନିମନ୍ତେ ସୁନାମ ଆଣିଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ମୂଖ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଉକ୍ତ ବିଜ୍ଞାନ ମେଳାରେ ବିଦ୍ୟାଳୟର ୧୩୭ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ମେଳାକୁ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ