ଶିକ୍ଷକ ପଦବୀ ପୂରଣ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ସମ୍ବଲପୁର, ୦୫ ଅଗଷ୍ଟ (ହି.ସ.)

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କଦେଲପାଳ ହାଇସ୍କୁଲ ରେ ଶିକ୍ଷକ ଅଭାବ ରୁ ପାଠ ପଢା ରେ ବ୍ୟାଘାତ ସୃଷ୍ଟି ନେଇ ବହୁଦିନରୁ ଅଭିଯୋଗ କରି ଆସୁଥିଲେ ହେଲେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ଛାତ୍ର ଛାତ୍ରୀ ୫୩ ନମ୍ବର ଜାତୀୟ ରାଜ ପଥ କୁ ଦୀର୍ଘ ସାଢେ ତିନି ଘଣ୍ଟା ଧରି ଅବରୋଧ କରିଥିଲେ,ସକାଳ ୧୦ ଟାରୁ ଧାରଣା ରେ ବସିଥିବା ଛାତ୍ର ଛାତ୍ରୀ ଙ୍କୁ ଜମନକିରା ବିଡ଼ିଓ, ବିଇଓ, ଏବିଇଓ ଯାଇ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା ପରେ ଲିଖିତ ପ୍ରତିଶୃତି ଦେବା ପରେ ସାଢେ ଗୋଟାଏ ବେଳେ ଧାରଣା ରୁ ଉଠିଥିଲେ, ସୂଚନା ମୁତାବକ ଶିଶୁ ବାଟିକା ରୁ ଦଶମ ଶ୍ରେଣୀ ଥିବା ସ୍କୁଲ ରେ ୨୦୨ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ମାତ୍ର ଛଅ ଜଣ ଶିକ୍ଷକ ଅଛନ୍ତି ତେଣୁ ଆଉ ଦୁଇଜଣ ଶିକ୍ଷକ ନିଯୁକ୍ତି ପାଈଁ ଛାତ୍ରଛାତ୍ରୀ ଦାବି ଜଣାଇଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande