ରାସ୍ତାରେ ଅଟକାଇ ମାଡ, ଥାନାରେ ଅଭିଯୋଗ
କୋରାଇ, ୫ ଅଗଷ୍ଟ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ସାହାପୁର ଟ୍ରକ ଟର୍ମିନାଲ ନିକଟରେ ସୋମବାର ରାତ୍ରୀରେ ଦୁଇ ଜଣଙ୍କୁ ଅଟକାଇ ଆକ୍ରମଣ କରିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ ଯାଜପୁର ସଦର ଥାନା ଅନ୍ତର୍ଗତ ଭୁଇଁପୁର ପଂଚାୟତ ମଲପଡା ଗ୍ରାମର ଜିତେନ୍ଦ୍ର ଯେନା ଓ
ରାସ୍ତାରେ ଅଟକାଇ ମାଡ, ଥାନାରେ ଅଭିଯୋଗ


କୋରାଇ, ୫ ଅଗଷ୍ଟ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ସାହାପୁର ଟ୍ରକ ଟର୍ମିନାଲ ନିକଟରେ ସୋମବାର ରାତ୍ରୀରେ ଦୁଇ ଜଣଙ୍କୁ ଅଟକାଇ ଆକ୍ରମଣ କରିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ ଯାଜପୁର ସଦର ଥାନା ଅନ୍ତର୍ଗତ ଭୁଇଁପୁର ପଂଚାୟତ ମଲପଡା ଗ୍ରାମର ଜିତେନ୍ଦ୍ର ଯେନା ଓ ସିନୁ ଯେନା ପାଣିକୋଇଲି ସ୍ଥିତ ପଣ୍ଡା ସାନିଟାରୀରେ କାମ କରନ୍ତି । ସେମାବାର ରାତି ୧୦ଟା ବେଳେ କାମ ସାରି ଏକ ବାଇକ ଯୋଗେ ଘରକୁ ଫେରୁଥିଲେ । ସାହାପୁର ଟ୍ରକ ଟର୍ମିନାଲ ନିକଟରେ ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତ ବଡ ତ୍ରିଲୋଚନପୁର (ମକୁନ୍ଦବିନ୍ଧା) ଗ୍ରାମର ଘନିଆ, ଗନ୍ଧିଆ, ନନ୍ଦ, ବୁଲୁଙ୍କ ସହ ଅନ୍ୟମାନେ ପ୍ରାୟ ୮ଜଣ ମିଶି ସେମାନଙ୍କୁ ଅଟକାଇଥିଲେ । ଏତେ ରାତିରେ କୁଆଡେ ଯାଉଛ କହି ଜାତିଆଣ ଗାଳିଗୁଲଜ କରିଥିଲେ । ପ୍ରତିବାଦ କରିବାରୁ ସେମାନେ ଆକ୍ରମଣ କରିଥିଲେ । ଫଳରେ ଜିତେନ୍ଦ୍ର ଓ ସିନୁ ଆହତ ହୋଇଥିଲେ । ରାତିରେ ମଧୁବନ ଚିକିତ୍ସାଳୟରେ ପହଂଚି ଚିକିତ୍ସିତ ହୋଇ ଆଜି ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande