ସୁକେଶି ଓରାମ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ମନୋନୀତ
କେନ୍ଦୁଝର, ୫ ଅଗଷ୍ଟ (ହି.ସ.) - ଆଜି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୬ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଂଟିଆ ଏବଂ ସୁଜାତା ନାୟକଙ୍କୁ ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଥିବା ନେଇ ଓମେନ ଆଣ୍ଡ
ସୁକେଶି ଓରାମ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ମନୋନୀତ


କେନ୍ଦୁଝର, ୫ ଅଗଷ୍ଟ (ହି.ସ.) - ଆଜି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୬ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଂଟିଆ ଏବଂ ସୁଜାତା ନାୟକଙ୍କୁ ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଥିବା ନେଇ ଓମେନ ଆଣ୍ଡ ଚାଇଲଡ଼ ଡେପେଲପମେଂଟ ଗଭର୍ଣ୍ଣମେଂଟ ଅଫ୍ ଓଡ଼ିଶା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନୂଆ ଦାୟିତ୍ୱ ପରେ କେନ୍ଦୁଝର ଜିଲ୍ଲାରେ ସୁକେଶୀ ଓରାମଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦୁଝର ଜିଲ୍ଲାରୁ ଆଦିବାସୀ ମହିଳା ନେତ୍ରୀ ଭାବେ ରାଜ୍ୟରେ ସୁକେସୀ ଓରାମଙ୍କ ବେଶ ନାମ ଥିବାବେଳେ ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande