ଜୟପୁର, ୫ ଅଗଷ୍ଟ (ହି.ସ.)- ମଦ ଭାଟି ଓ ଜୁଆ ଆଡ୍ଡା ବନ୍ଦ କରିବା ପାଇଁ ଶତାଧିକ ମହିଳା ଆଜି ଅପରାହ୍ନ ୧ଟା ସମୟରେ କାନ୍ଦି କାନ୍ଦି ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉପ ଜିଲାପାଳ ଏ ଶଶ୍ୟା ରେଡ୍ଡିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ମହିଳା ମାନେ କାନ୍ଦି କାନ୍ଦି ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି । ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ପଞ୍ଚାୟତର ମୁଣ୍ଡ୍ିଗୁଡା, ଓସିସି କୋଲନିର ଶତାଧିକ ମହିଳା ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମର ଛୋଟ ଠାରୁ ବଡ ପର୍ଯ୍ୟନ୍ତ ମଦ ପିଇ ମାରପିଟ କରୁଛନ୍ତି । ପରିବାର ଲୋକଙ୍କୁ ଖୁଆଇ ପିଆଇ ଦେଉ ନାହାଁନ୍ତି । ଉକ୍ତ ଅଞ୍ଚଳରେ ଘରେ ଘରେ ମଦ ବିକ୍ରି ସହ ଜୁଆ ଖେଳ ଚାଲୁଛି । ଏହାର ସୁଯୋଗ ନେଇ ପୁରୁଷ, ଯୁବକ, ଛାତ୍ର ମାନେ ମଦ୍ୟ ପାନ କରି ଜୁଆ ଖେଳରେ ମାତି କାମ ଧନ୍ଦାକୁ ଯାଉ ନାହାନ୍ତି । ମଦ୍ୟ ପାନ କରି ପିଲା ଛୁଆଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ମାରପିଟ କରୁଛନ୍ତି । ମଦ୍ୟ ପାନ କରି କମ ବୟସରେ ଲୋକ ମାନେ ମୃତ୍ୟୁ ବରଣ କରୁଛନ୍ତି । ତେଣୁ ଉକ୍ତ ଅଞ୍ଚଳରେ ସମ୍ପୁଣ୍ଣ ଭାବରେ ମଦ ଓ ଜୁଆ ବନ୍ଦ ନକଲେ ପିଲା ଛୁଆ ଧରି ଉପ ଜିଲାପାଳଙ୍କ କାଯ୍ୟ। ଳୟରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି ଲିନା ପ୍ରବନି, ବେବି ନାଗ ପ୍ରମୁଖ।
ହିନ୍ଦୁସ୍ଥାନ ସମାଚାର / ପିକେପି