ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ମାଲକାନଗିରି, ୫ ଅଗଷ୍ଟ (ହି.ସ.)- ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାଲକାନଗିରି ଠାରେ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଏମ .ଏମ .ଆଵିଦ ହୁସେନ ଯୋଗଦେଇ ସ୍ତନ୍ୟପାନର ଉପକାରିତା ଓ ଏହାର ଅଭାବରେ ମା ଓ ଶିଶୁ ମଧ୍ୟ
ବିଶ୍ୱ ସ୍ତନ୍ୟପାନ ସପ୍ତାହ -୨୦୨୫ ପାଳିତ


ମାଲକାନଗିରି, ୫ ଅଗଷ୍ଟ (ହି.ସ.)- ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାଲକାନଗିରି ଠାରେ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଏମ .ଏମ .ଆଵିଦ ହୁସେନ ଯୋଗଦେଇ ସ୍ତନ୍ୟପାନର ଉପକାରିତା ଓ ଏହାର ଅଭାବରେ ମା ଓ ଶିଶୁ ମଧ୍ୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ଛଅ ମାସ କେବଳ ମା' କ୍ଷୀର ଶିଶୁ ପାଇଁ ଅମୃତ ତୁଲ୍ୟ ବୋଲି ବୁଝାଇଥିଲେ l ଶିଶୁ କୁ ଜନ୍ମ ରୁ ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା, କୌଣସି ବାହାର ଖାଦ୍ୟ ଯଥା ପାଣି, ମହୁ, ଚିନି ପାଣି ନ ଦେବା, ସ୍ତନ୍ୟପାନ କରୁଥିବା ମା ମାନଙ୍କର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ l ସ୍ତନ୍ୟପାନ ଯୋଗୁ ମା ର ସ୍ତନକର୍କଟ ଓ ଗର୍ଭାଶୟ କର୍କଟ ରୋଗ ହେବା ସମ୍ଭାବନା କମ ବୋଲି ଡା. ଦୁର୍ଗା ପ୍ରସାଦ ରାଜ ଓ ଓମ ପ୍ରକାଶ ସା ବୁଝାଇଥିଲେ l ଶେଷରେ ସଭାରେ ଉପସ୍ଥିତ ଥିବା ସମସ୍ତେ ସ୍ତନ୍ୟପାନ ଉପଲକ୍ଷେ ଏକ ଶପଥପାଠ ଓ ଦସ୍ତଖତ ଅଭିଯାନ କରିଥିଲେ l

ପରେ ମହିଳା ଆରୋଗ୍ୟ ସମିତିର ମା ମାନଙ୍କୁ ସ୍ତନ୍ୟପାନ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିଲୀପ କୁମାର ନନ୍ଦ, ଶିବପ୍ରସାଦ ପ୍ରହରାଜ, ଭିକାରି ଚରଣ ବଳିୟାରସିଂ, ଶ୍ୟାମ ସୁନ୍ଦର ମାଝି, ମହେଶ କୁମାର ଯାଦ, କlୟରୋଳୀନ ଦୀକ୍ଷିତ, ସୁପ୍ରଭା କୁମାରୀ ପାଢ଼ୀ ସହିତ ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande