ଶିବ ପ୍ରସାଦ ଭଳ କେନ୍ଦ୍ରାପଡା ବିଜେଡି ସଭାପତି
କେନ୍ଦ୍ରାପଡା-, 5 ଅଗଷ୍ଟ (ହି.ସ.)ବିଜୁ ଜନତା ଦଳର କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ ବରିଷ୍ଠ ରାଜନୈତିକ କର୍ମୀ ଶିବ ପ୍ରସାଦ ଭଳଙ୍କୁ ମନୋନିତ କରାଯାଇଛି । ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇ ଥିବା ଜଣ
ଶିବ ପ୍ରସାଦ ଭଳ କେନ୍ଦ୍ରାପଡା ବିଜେଡି ସଭାପତି


କେନ୍ଦ୍ରାପଡା-, 5 ଅଗଷ୍ଟ (ହି.ସ.)ବିଜୁ ଜନତା ଦଳର କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ ବରିଷ୍ଠ ରାଜନୈତିକ କର୍ମୀ ଶିବ ପ୍ରସାଦ ଭଳଙ୍କୁ ମନୋନିତ କରାଯାଇଛି । ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇ ଥିବା ଜଣାପଡିଛି । ଶ୍ରୀଯୁକ୍ତ ଭଳ ପୂର୍ବରୁ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ସହ ବିଭିନ୍ନ ସମୟରେ ବିଧାୟକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ଏହି ନିଯୁକ୍ତି ରେ ଦଳୀୟ ମହଲରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande