ପୁରୀ, ୫ ଅଗଷ୍ଟ (ହି.ସ.) - ବିଶ୍ୱସ୍ତରୀୟ ପୁରୀ ସହର । ଖୁବଶୀଘ୍ର ହେବ ମହାନଗର । ୨୦୧୫ ନବକଳେବର ସମୟରେ ପୁରୀ ବଡଦାଣ୍ଡରେ ଭୂତଳ କେବୁଲ ବିଦ୍ୟୁତ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ବଡଦାଣ୍ଡ ସଂଲଗ୍ନ ସାହି ଗୁଡିକ ମଧ୍ୟ ଭୂତଳ ବିଦ୍ୟୁତ କେବୁଲ ସଂଯୋଗ ହେବା ପାଇଁ ଅର୍ଥ ବରାଦ ହୋଇସାରିଥିଲା । ଅନେକ ସ୍ଥାନରେ ଭୂତଳ କେବୁଲ ହୋଇଥିଲେ ମଧ୍ୟ ସାହି ଗୁଡିକରେ ଖୁଂଟ ଓ ବିଦ୍ୟୁତ ତାର ଝୁଲିବା ପର୍ଯ୍ୟଟକ ମାନେ ନାପସନ୍ଦ କରିଛନ୍ତି । ପୁରୀର ସୌନ୍ଦର୍ଯ୍ୟକରଣକୁ ଏହା କୁଠାରଘାତ କରୁଛି। ଯେଉଁ ସାହିରେ ଭୂତଳ କେବୁଲ କାମ ସରିଛି ସେଠାରେ ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ । ଅଧିକାରୀଙ୍କ ଅବହେଳା ଯୋଗୁ ପୁରୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ବଡଦାଣ୍ଡ ସଂଲଗ୍ନ ସବୁ ସାହିରୁ ବିଦ୍ୟୁତ ଖୁଂଟ ଓ ତାର ଅପସାରଣ କରି ଭୂତଳ ବିଦ୍ୟୁତ କେବୁଲ କାର୍ଯ୍ୟକ୍ଷମ କରିବା ପାଇଁ ପୁରୀ ଆମ ଆଦମୀ ପାର୍ଟି ପକ୍ଷରୁ ଟିପିସିଓଡିଏଲ ରମାକାନ୍ତ ସ୍ୱାଇଁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଦେବା ସମୟରେ ଦେବ ପ୍ରଧାନ, ସରୋଜ ଜେନା, ବିଭୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ