ଫାଇଲେରିଆ ନିରାକରଣ ପାଇଁ ଚଳିତ ମାସରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ଫାଇଲେରିଆ ନିରାକରଣ ପାଇଁ ଚଳିତ ମାସରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଲିମ୍ଫାଟିକ୍ ଫାଇଲେରିଆସିସ୍ ନିର
ଫାଇଲେରିଆ ନିରାକରଣ ପାଇଁ ଚଳିତ ମାସରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ


ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ଫାଇଲେରିଆ ନିରାକରଣ ପାଇଁ ଚଳିତ ମାସରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଲିମ୍ଫାଟିକ୍ ଫାଇଲେରିଆସିସ୍ ନିରାକରଣ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି। ୧୨ ଟି ଜିଲ୍ଲାର ୧୧୫ ଟି କାର୍ଯ୍ୟାନ୍ୱୟନ ୟୁନିଟ୍ ରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ଲିମ୍ଫାଟିକ୍ ଫାଇଲେରିଆସିସ୍ ନିରାକରଣ ପାଇଁ ନିର୍ଦ୍ଧାରିତ ନୂତନ ରଣନୀତି ଅନୁଯାୟୀ ଏମଡିଏ କାର୍ଯ୍ୟକ୍ରମରେ ତିନୋଟି ଔଷଧ ଯଥା ତି.ଇ.ସି, ଆଲବେଣ୍ଡାଜୋଲ ଏବଂ ଆଲଭରମେକ୍ଟିନ୍ ଦିଆଯିବ। ରାଜ୍ୟର ଉପକୂଳ ଓଡିଶାଯଥା ବାଲେଶ୍ୱର କେନ୍ଦ୍ରାପଡା ଜଗତସିଂହପୁର ଖୋର୍ଦ୍ଧା ଗଞ୍ଜାମ ଆଦି ଜିଲ୍ଲାରେ ଅଧିକ ମାତ୍ରରେ ଫାଇଲେରିଆ ଦେଖାଯାଉଛି। ଏବେ ଅନୁଗୁଳ, ବରଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାକୁ ଫୋକସରେ ରଖିଛି ସ୍ୱାସ୍ଥ୍ୟ ବିଭାଗ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande