୩ ସ୍ୱତନ୍ତ୍ର ଟ୍ରେନର ସମୟସୀମା ବୃଦ୍ଧି
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ଯାତ୍ରୀମାନଙ୍କୁ ନିରନ୍ତର ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ, ପୂର୍ବ ତଟ ରେଳପଥ ୩ ଯୋଡା ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରିବାକୁ ନିଷ୍ପତି ନେଇଛି। ବିଶାଖାପାଟଣା-ତିରୁପତି-ବିଶାଖାପାଟଣା (୦୮୫୪୭/୦୮୫୪୮) ସ୍ୱତନ
୩ ସ୍ୱତନ୍ତ୍ର ଟ୍ରେନର ସମୟସୀମା ବୃଦ୍ଧି


ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ଯାତ୍ରୀମାନଙ୍କୁ ନିରନ୍ତର ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ, ପୂର୍ବ ତଟ ରେଳପଥ ୩ ଯୋଡା ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରିବାକୁ ନିଷ୍ପତି ନେଇଛି। ବିଶାଖାପାଟଣା-ତିରୁପତି-ବିଶାଖାପାଟଣା (୦୮୫୪୭/୦୮୫୪୮) ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣା ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ତିରୁପତିରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି । ସେହିପରି ବିଶାଖାପାଟଣା - ଚରଲାପାଲି-ବିଶାଖାପାଟଣା (୦୮୫୭୯/୦୮୫୮୦) ସ୍ୱତନ୍ତ୍ର ଟ୍ରେନ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଶାଖାପାଟଣାରୁ ଏବଂ ଚରଲାପାଲିରୁ ଏହା ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି। ଉଧନା-ଖୋର୍ଦ୍ଧା ରୋଡ୍‌-ଉଧନା (୦୯୦୫୯/୦୯୦୬୦) ସ୍ୱତନ୍ତ୍ର ଟ୍ରେନ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଉଧନାରୁ ଏବଂ ଖୋର୍ଦ୍ଧା ରୋଡ୍ ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି।

ଅନ୍ୟପକ୍ଷରେ ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋଟ୍ଟାଭାଲସା- ପେନ୍ଦୁର୍ତି ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ୦୬ ଅଗଷ୍ଟରୁ ୦୯ ଅଗଷ୍ଟ ପର୍ଯ୍ୟନ୍ତ ୨ ଟି ଟ୍ରେନ ବାତିଲ୍ କରାଯିବ। ବିଶାଖାପାଟଣାରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୬ ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ ୦୬ ଅଗଷ୍ଟରୁ ୦୮ ଅଗଷ୍ଟ ପର୍ଯ୍ୟନ୍ତ ବାତିଲ କରାଯିବ। ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୫ ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ ୦୭ ଅଗଷ୍ଟ ରୁ ୦୯ ଅଗଷ୍ଟ ପର୍ଯ୍ୟନ୍ତ ବାତିଲ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande