ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା,ମାତ୍ର ୩ ଶିକ୍ଷକରେ ଚାଲିଛି ୮ଟି ଶ୍ରେଣୀ
ଧର୍ମଶାଳା, ୫ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ତରଞ୍ଜିଆ ପଂଚାୟତ ଅନ୍ତର୍ଗତ ପୋବଳ ୟୁଜିଏମଇ ବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତି କରୁଛି । ଏହି ବିଦ୍ୟାଳୟ ଟି ବ୍ଲକରେ ଏକ ପୁରାତନ ବିଦ୍ୟାଳୟ ମଧ୍ୟରେ ଦିନେ ଶିକ୍ଷା ଦାନ ନିମନ୍ତେ ଅଂଚଳ ରେ ଭଲ ନାମ କରିଥିଲା ଆଜି ସେହି ବିଦ୍ୟାଳୟଟି
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା,ମାତ୍ର ୩ ଶିକ୍ଷକରେ ଚାଲିଛି ୮ଟି ଶ୍ରେଣୀ


ଧର୍ମଶାଳା, ୫ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ତରଞ୍ଜିଆ ପଂଚାୟତ ଅନ୍ତର୍ଗତ ପୋବଳ ୟୁଜିଏମଇ ବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତି କରୁଛି । ଏହି ବିଦ୍ୟାଳୟ ଟି ବ୍ଲକରେ ଏକ ପୁରାତନ ବିଦ୍ୟାଳୟ ମଧ୍ୟରେ ଦିନେ ଶିକ୍ଷା ଦାନ ନିମନ୍ତେ ଅଂଚଳ ରେ ଭଲ ନାମ କରିଥିଲା ଆଜି ସେହି ବିଦ୍ୟାଳୟଟିର ଅବସ୍ଥା ଦେଖିଲେ ସ୍ୱତଃ ମନରେ ବର୍ତମାନ ର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷା ବିଭାଗ ପ୍ରତି କାହିଁକି କେଜାଣି ବିତୃଷ୍ନା ଭାବ ଜାତ ହେଉଛି । ଏଠି ୮ଗୋଟି ଶ୍ରେଣୀକୁ ମାତ୍ର ୨ଜଣ ଶିକ୍ଷୟତ୍ରୀ ସହ ଜଣେ ଡେପ୍ଲୋୟଡ ଶିକ୍ଷକ ପିଲାଙ୍କୁ ପାଠ ପଡାଉଛନ୍ତି । ଏହି ସ୍କୁଲରେ ୩ଟି ଶ୍ରେଣୀ ଗୃହ ରହିଥିବା ବେଳେ ଗୋଟିଏ ଶ୍ରେଣୀ ଗୃହର ଅଧାରେ ଚାଉଳ ଓ ଅନ୍ୟ ସାମଗ୍ରୀ ରହୁଥିବାରୁ ସେହି ଶ୍ରେଣୀ ଗୃହରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏକାଠି ବସି ପାଠ ପଡୁଛନ୍ତି ଅନ୍ୟ ଦୁଇଟି ଶ୍ରେଣୀ ଗୃହରେ ଭାଟିକାରୁ ଆରମ୍ଭ କରି ତୃତୀୟ ଓ ଅନ୍ୟ ଗୋଟିଏ ଶ୍ରେଣୀ ଗୃହରେ ଚତୁର୍ଥରୁ ପଂଚାମ ଯାଏଁ ଚାତ୍ରଛାତ୍ରୀ ଏକାଠି ବସି ପାଠ ପଡୁଛନ୍ତି । ଫଳରେ ଏଠାରେ ଶିକ୍ଷାଦାନ ସମ୍ପୁର୍ଣ୍ଣ ଭୁଷୁଡି ପଡିଥିବା ନଜରକୁ ଆସିଛି । ଯେଉଁଥି ପାଇଁ ଅଭିଭାବକ ମାନେ ତାଙ୍କ ପିଲାଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ବିଦ୍ୟାଳୟ ରୁ ମୁହଁ ଫେରେଇ ନେଇ ପିଲାଙ୍କ ଟିସି ନେଇ ଅନ୍ୟତ୍ର ନାମ ଲେଖାଇ ପାଠ ପଡାଉଛନ୍ତି । ଏଠି ଶିଶୁ ବାଟିକାରୁ ନେଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯ଗୋଟି ଶ୍ରେଣୀ ଅଛି। ସରକାରଙ୍କ ଶିକ୍ଷା ନୀତି ଅନୁସାରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ସର୍ବ ନିମ୍ନ ୨ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ୬ଷ୍ଠ ୭ମ ଏବଂ ଅଷ୍ଟମ ପାଇଁ ୩ଜଣ ଏମିତି ସର୍ବ ନିମ୍ନ ୫ଜଣ ଶିକ୍ଷକ/ଶିକ୍ଷୟତ୍ରୀ ରହିବା କଥା ତା ସହିତ ଯେହେତୁ ପୋବଳ ବିଦ୍ୟାଳୟଟି ଏକ ମଧ୍ୟ ଇଂରାଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତେଣୁ ଏଠାରେ ଜଣେ ପ୍ରଧାନ ଶିକ୍ଷକ ପଦବୀ ସର୍ବଦା ପୂରଣ ହେବା କଥା...। ଉକ୍ତ ବିଦ୍ୟାଳୟରେ ବର୍ତମାନ ଥିବା ୨ଜଣ ରେଗୁଲାର ଶିକ୍ଷୟତ୍ରୀ ଏବଂ ଜଣେ ଡେପ୍ଲ୍ୟୋଡ଼ ଙ୍କ ମଧ୍ୟରୁ ଜଣେ ଜଗିଲେ ମଧ୍ୟାହ୍ନ ଭୋଜନ ଆଉ ଜଣେ କାଗଜ ପତ୍ର ଏବଂ ଅନ ଲାଇନ କାମରେ ନିୟୋଜିତ ରହୁଛନ୍ତି । ତେଣୁ ପାଠ ପଢେଇବ କିଏ...??? ଆଉ ଜଣେ ଡେପୁଟେସନ ରେ ଅଛନ୍ତି ସେ ନିରୁପାୟ କେବଳ ଚୌକିଦାର ସାଜି ପିଲାଙ୍କୁ ଜଗିଥାନ୍ତି.. ଏହି ହେଉଛି ଏକ ସର୍ବ ପୁରାତନ ଯାଜପୁର ଜିଲ୍ଳାର ଧର୍ମଶାଳା ବ୍ଲକ ଶିକ୍ଷା ଧିକାରୀଙ୍କ ଅଧୀନରେ ଥିବା ପୋବଳ ୟୁ ଜି ଏମ ଇ ବିଦ୍ୟାଳୟର ନିଚ୍ଛକ ବିକଳ ଅବସ୍ଥା.. । କିନ୍ତୁ ଦୁଃଖର ବିଷୟ ଏଠି ମୁଣ୍ଡ ପିଟିଲେ ବି ସବୁ ଶୁଣି କି ନ ଶୁଣିଲା ପରି ଅଭିନୟ କରୁଛି ଶିକ୍ଷା ବିଭାଗ । ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଭେଟି ସମସ୍ୟା ସମ୍ପର୍କ ରେ ଅବଗତ କରିବା ସହ ବିଧାୟକ ହିମାଂଶୁ ଶେଖର ଙ୍କୁ ଭେଟି ତାଙ୍କ ଅନୁମୋଦିତ ଚିଠି ବିଇଓଙ୍କୁ ଗତ ୧୦ମଇ ୨୦୨୫ ରେ ପ୍ରଦାନ କରିଥିଲେ। ଅଦ୍ୟାବଧି ୩ମାସ ପୂରିବାକୁ ବସିଥିବାବେଳେ ଶିକ୍ଷା ବିଭାଗ କାହିଁକି କୁମ୍ଭ କର୍ଣ୍ଣ ନିଦ୍ରାରେ... କାହିଁକି ଖେଳୁଛି ପିଲାଙ୍କ ଭବିଷ୍ୟତ ସହ ଖେଳ... କିଏ ସେ ଷଡଯନ୍ତ୍ରକାରୀ...କିଏ ସେ ବେପରୁଆ ଦାୟିତ୍ୱହୀନ... କଣ ପାଇଁ ବିଧାୟଙ୍କ ଙ୍କ କଥା କୁ ଗୁରୁତ୍ୱ ଦେଲାନି ଶିକ୍ଷା ବିଭାଗ... ବିଧାୟକ ଙ୍କ କଥା କଣ ପାଣିର ଗାର କି...??? ତୁରନ୍ତ ପୋବଳ ୟୁ ଜି ଏମ ଇ ବିଦ୍ୟାଳୟ ର ସମସ୍ୟା ଉପରେ ବିଚାର କରି ଆବଶ୍ୟକତା ଅନୁସାରେ ଶିକ୍ଷକ ଓ ଶ୍ରେଣୀ ଗୃହ ଉପଲବ୍ଧ କରାଇବାକୁ ଗ୍ରାମବାସୀ ପ୍ରଶାସନ, ଶିକ୍ଷା ବିଭାଗ ଓ ବିଭାଗୀୟ କତୃପକ୍ଷ ଏବଂ ବିଧାୟକ ଙ୍କୁ ନିବେଦନ କରିଛନ୍ତି । ଯଦି ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଗ୍ରାମବାସୀ ଆସନ୍ତା ୨୦ ଅଗଷ୍ଟ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ରେ ତାଲା ପକାଇ ଧାରଣା ରେ ବସିବେ ବୋଲି ରୋକଠୋକ ଭାବେ ଚେତାବନୀ ଦେଇଛନ୍ତି । ଏଥି ସହିତ ଏକ ପୁରାତନ ନାମକରା ବିଦ୍ୟାଳୟ ର ଏପରି ବିପର୍ଯ୍ୟସ୍ତ ଅବସ୍ଥାକୁ ସବୁ ମହଲ ଦୁଃଖ ପ୍ରକାଶ କରିବା ସହ ଏଥିପାଇଁ ଶିକ୍ଷା ବ୍ୟବସ୍ଥାକୁ ଦାୟୀ କରିବା ସହ ଦୃଢ଼ ନିନ୍ଦା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande