ଧର୍ମଶାଳା,୫ଅଗଷ୍ଟ(ହି.ସ.) - ରାଜ୍ୟ ସରକାର କ୍ରୀଡାର ବିକାଶ କ୍ଷେତ୍ରରେ ଅନେକ ପ୍ରୟାସ ଜାରି ରଖିଛନ୍ତି। ଉତ୍କୃଷ୍ଟ କ୍ରୀଡା ଭିତିଭୁମି ସହ ସଫଳ କ୍ରୀଡାବିତ ମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଧର୍ମଶାଳା ର ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ପ୍ରାୟାସ କ୍ରମେ ଜିଲ୍ଲା ପ୍ରଶାସନ, ରାମକୋ ସିମେଂଟ ଲିମିଟେଡ ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ମିଳିତ ଉଦ୍ୟମ ରେ ଧର୍ମଶାଳା ଷ୍ଟାଡିୟମ୍ଠାରେ ଆଜି ଏକ କ୍ରୀଡା ପ୍ରତିଭା ଅନେଶ୍ୱଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ପାଂଚ ଦିନ ଧରି ଅନୁଷ୍ଠିତ ହେବକୁ ଥିବା ବେଳେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଫକିର ମୋହନ ଟୁଡୁଙ୍କ ସଭପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେମୁଖ୍ୟ ଅତିଥି ଭବେ ସମଜସେବୀ ମିନତୀ ସାହୁ , ସମ୍ମନୀୟ ଅତିଥି ଭାବେ ଧର୍ମଶାଳା ବିଡିଓ ଜ୍ୟୋର୍ତିର୍ମୟ କର, ଡା. ସୁଧିର କୁମାର ସାହୁ , ରମାକୋ ଆଡମିନ ହେଡ ପ୍ରଭାତ ସାହୁ,ୟୁନିଟ ହେଡ ଗୋବିନ୍ଦ ରାଉତ, ଏଚଆର ହେଡ ସର୍ବେଶ୍ୱର ମହାପାତ୍ର , କ୍ରୀଡା ଶିକ୍ଷକ ନ୍ଦିପ ମହାନ୍ତି, କ୍ରୀଡା ଶିକ୍ଷୟତ୍ରୀ ପାର୍ବତୀ ମାଝି , ବିଜେପି ଯୁବ ନେତା ଜିତେନ୍ଦ୍ର ରାଉତ, ରାଜେଶ ପାଳ ପ୍ରମୁଖ ଯୋଗଦେଇ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ହେଉଥିବା ଖେଳାଳୀ ଚୟନ ସମ୍ପର୍କରେ ଆଲୋକପାତ କରିଥିଲେ । ଉଦଗାଟନୀ ଉତ୍ସବ ପରେ ପରେ ଆଜି ଅନୁଷ୍ଠିତ ଦୌଡ଼କୁଦ ପାଇଁ ଜିଲ୍ଲାର ୧୦ ଗୋଟି ବ୍ଲକର ୨୪୦ଜଣ ଛାତ୍ରଛାତ୍ର ୀ ନାମ ପଞ୍ଜିକୃତ କରି ନିଜର ଖେଳ ପ୍ରଦର୍ଶନ କରିଥିଲେ । ସେହିପରି ଆସନ୍ତାକାଲି ଫୁଟବଲ ଖେଳାଳି ଚୟନ,୭ତାରିଖରେ କ୍ରିକେଟ ଖେଳାଳୀ ଚୟନ ୮ ତାରିଖ ଭଲିବଲ୍ ଖେଳାଳୀ ଚୟନ ଓ ୧୧ ତାରିଖରେ ବ୍ୟାଡମିଟନ ପ୍ରତିଭା ଚୟନ ଅନୁଷ୍ଠିତ ହେବ । ତେବେ ଆସନ୍ତା ୧୨ ତାରିଖରେ ଚୟନ ହୋଇଥିବା ଖେଳାଳିମାନଙ୍କର ତାଲିକା ଜାରକରାଯିବାକୁ ସ୍ଥିର କରାଯାଇଛି । ଏହି ଚୟନ ପ୍ରତିଯୋଗୀତାରେ ୯ ରୁ ୧୫ ବର୍ଷ କ୍ରୀଡାବିତ ଅଂଶଗ୍ରହଣ କରିପାରିବେ ଏତଦବ୍ୟତିତ ଜଣେ ପ୍ରତିଯୋଗୀ ଯେକୌଣସି ଗୋଟିଏ କ୍ରୀଡ଼ା ରେ ଅଂଶ ଗ୍ରହଣ କରିପାରିବେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ