ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ଓଡିଶା ସାହିତ୍ୟ ଏକାଡେମିର ପ୍ରଥମ ସଭାପତି, ଓଡିଶା ବିଧାନସଭାର ପୁର୍ବତନ ବାଚସ୍ପତି ତଥା ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ଦିବସ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସଭାପତି ଅନନ୍ତ ପ୍ରସାଦ ଜେନା ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଯୋଗଦେଇ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଗୁଣଗାନ କରିଥିଲେ ପୁର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ବକ୍ତା ପ୍ରବୀର ମହାନ୍ତି, ଶାଖା ଉପଦେଷ୍ଟା ନିମାଇଁ ଚରଣ ଦାସ ଓ ଉପ- ସଭାପତି ଶିତଳ ଚନ୍ଦ୍ର ମହାନ୍ତି । ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମଞ୍ଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମାଙ୍କ ସଂଯୋଜନା କ୍ରମେ ଆୟୋଜିତ ମାଲ୍ୟାର୍ପଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ-ସମ୍ପାଦକ ଶିଧାର୍ଥ ଶଙ୍କର ଗଡନାୟକ, କାର୍ଯ୍ୟନିର୍ବାହୀ ସମିତି ସଦସ୍ୟା ବାସନ୍ତୀ ତ୍ରିପାଠୀ, ମହେଶ୍ୱର ବିଶ୍ୱାଳ, ଜଟେଶ୍ୱର ଦାସ, ଭଗବାନ ପ୍ରଧାନ ଓ ରଜନିକାନ୍ତ ଆଚାର୍ଯ୍ୟ ପ୍ରମୁଖ ବହୁ ସଦସ୍ୟା ସଦସ୍ୟ କାର୍ଯ୍ୟକ୍ରମରେ ଭାଗନେଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା