ଯୁବ କଂଗ୍ରେସ ପକ୍ଷରୁ ସ୍ୱର୍ଗତ ସଂଗ୍ରାମ ଜେନାଙ୍କର ଜନ୍ମ ଦିବସ ପାଳିତ
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୁବ କଂଗ୍ରେସ ପକ୍ଷରୁ
ଯୁବ କଂଗ୍ରେସ ପକ୍ଷରୁ ସ୍ୱର୍ଗତ ସଂଗ୍ରାମ ଜେନାଙ୍କର ଜନ୍ମ ଦିବସ ପାଳିତ


ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ)- ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୁବ କଂଗ୍ରେସ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ଏବଂ ଶ୍ରଦ୍ଧା ଭୋଜନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । କଂଗ୍ରେସ ଭବନ ପ୍ରାଙ୍ଗଣରେ ଦରିଦ୍ର ନାରାୟଣ ସେବା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ।

ପିସିସି ସଭାପତି ଭକ୍ତ ଚରଣ ଦାସ ରକ୍ତ ଦାନ ଶିବିରକୁ ଉଦ୍‌ଘାଟନ କରି କହିଥିଲେ ଯେ, ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସଂଗ୍ରାମ କେଶରୀ ଜେନା ଜଣେ ସଂଗ୍ରାମୀ ଯୁବ ନେତା ଥିଲେ। ସେ ପ୍ରଦେଶ ଯୁବ କଂଗ୍ରେସର ପ୍ରଥମ ନିର୍ବାଚିତ ସଭାପତି । କଂଗ୍ରେସ ଦଳର ସେ ଜଣେ ପ୍ରଚଣ୍ଡ ପ୍ରତିଭାଶାଳୀ ସମ୍ଭାବନା ଥିଲେ । ଛାତ୍ର ଓ ଯୁବକ ମାନଙ୍କର ତାଙ୍କ ନେତୃତ୍ୱ ଉପରେ ବିଶ୍ୱସ ଓ ଭରସା ଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, କରୋନା ମହାମାରି ଆମ ନିକଟରୁ ଜଣେ ମହାନ ଯୋଦ୍ଧା ଛଡେଇ ନେଲା। ତାଙ୍କର ମାର୍ଜିତ ଆଚରଣ ଓ ଉଚ୍ଚାରଣ, ସରଳତା ଏବଂ ଦଳ ପ୍ରତି ସମର୍ପଣ ଭାବ ରହିଥିଲା । କଂଗ୍ରେସ ଦଳର ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ସେ ଅଗ୍ର ଭାଗରେ ରହୁଥିଲେ । ତାଙ୍କ ପରି ଯୁବ ପ୍ରତିଭାର ଅନୁପସ୍ଥିତିକୁ ଦଳ ଉପଲବ୍ଧି କରୁଛି । ସେ ତାଙ୍କର କୃତି ଓ କୀର୍ତି ବଳରେ ଆମ ହୃଦୟରେ ବଂଚି ରହିଛନ୍ତି।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ତାରା ପ୍ରସାଦ ବାହିନିପତି, ସୁରେଶ କୁମାର ରାଉତରାୟ, ଅନନ୍ତ ସେଠୀ, ଶିବାନନ୍ଦ ରାୟ, ରମେଶ ଜେନା, ସମୀର ରାଉତରାୟ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଜଗନ୍ନାଥ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ସ୍ପନ୍ଦନ ସ୍ୱାଇଁ ଓ ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande