ଜୟପୁର, ୮ ଅଗଷ୍ଟ (ହି.ସ.)- ରୋଟାରୀ କ୍ଲବ ଜୟପୁର ପ୍ରାଇଡ ତରଫରୁ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜୟପୁର ନିକଟସ୍ଥ ଗଡ଼ପଦର ଗ୍ରାମ ପଂଚାୟତର କୋଟା ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜନ କରାଯାଇଥିଲା I ଏହି ବୃକ୍ଷ ରୋପଣ ରେ ରୋଟାରି କ୍ଲବ ର ରୋଟାରୀଆନ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ସଭାପତି , ଶ୍ରୀ ରବି ନନ୍ଦ, ସମ୍ପାଦକ, ରାମନାଥ ସାହୁ, ଯୋନାଲ ଚେୟାର, ଜିଭି ରାଓ, ରାମହରି ପଣ୍ଡା, କାଲୁରାମ ପଣ୍ଡା,ରତ୍ନାକର ଚୌଧୁରୀ, ମୁରଲୀଧର ସାବତ, ନରେଶ ମହାକୁଳ,ସ୍ନେହିତ ମିଶ୍ର, ପରେଶ ପାଳ,ମହିଳା ରୋଟାରୀଆନ କିରନବାଳଲ ଶତପଥୀ ପ୍ରମୁଖ ଯୋଗଦାନ ପୂର୍ବକ ବୃକ୍ଷ ରୋପଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିଥିଲେ Iଏହି କାର୍ଯ୍ୟକ୍ରମ ରେ କୋଟା ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଓ ସ୍କୁଲର କୁନି ଛାତ୍ରଛାତ୍ରୀ ତଥା ରୋଟାରୀଆନ ସଭ୍ୟ /ସଭ୍ୟା ଗଣ ପୃଥିବୀ କୁ ସବୁଜମୟ କରିବାପାଇଁ ସବୁଜ ଶପଥ ପାଠ କରି ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରିଥିଲେI
ହିନ୍ଦୁସ୍ଥାନ ସମାଚାର / ପିକେପି