ଜଙ୍ଗଲ ଜମି ପଟ୍ଟା ଦେବା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଜୟପୁର, ୮ ଅଗଷ୍ଟ (ହି.ସ.)-କୁନ୍ଦୁରା ବ୍ଲକ ଫରେଷ୍ଟ ରେଞ୍ଜ ବୈପାରିଗୁଡା ଥାଟୁଗୁଡା ଓ ଗଣ୍ଠିଆଗୁଡା ଗ୍ରାମବାସୀ ଆଜି ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ରରେ ଉ
ଜଙ୍ଗଲ ଜମି ପଟ୍ଟା ଦେବା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ


ଜୟପୁର, ୮ ଅଗଷ୍ଟ (ହି.ସ.)-କୁନ୍ଦୁରା ବ୍ଲକ ଫରେଷ୍ଟ ରେଞ୍ଜ ବୈପାରିଗୁଡା ଥାଟୁଗୁଡା ଓ ଗଣ୍ଠିଆଗୁଡା ଗ୍ରାମବାସୀ ଆଜି ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜସ୍ୱ ଗ୍ରାମ ଏବଂ ପଡା ଗ୍ରାମ ମାନଙ୍କରେ ଜଙ୍ଗଲ ଜମି ପଟ୍ଟା ପାଇବାର ଅଧିକାର ରହିଛି । ଦୀର୍ଘ ୮୦ ବର୍ଷ ହେବ ଦୁଇଟି ଗ୍ରାମର ଦୁଇ ଜଣ ଲେଖାଏ ଜଗୁଆଳି ରଖି ଗୁମ୍ମା ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛୁ ଆଜିକୁ ୩୦ ବର୍ଷ ହେବ। ଜଙ୍ଗଲ ବିଭାଗ ତରଫରୁ ଗାଁରେ ବନ ସୁରକ୍ଷା ସମିତି ଗଠନ କରାଯାଉ ବୋଲି ଦାମଦୋର ଗାଦବା, ବୁକୁ ଗାଦବା, ଦୁଯ୍ୟଧନ ଗୌଡ, ଘନ ଗାଦବାଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande