ବିଶ୍ୱ ଆଦିବାସୀ ଦିବସ ପାଳିତ
ଜୟପୁର, ୯ ଅଗଷ୍ଟ (ହି.ସ.) - ଆଦିବାସୀ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଆଜି ସକାଳୁ ୧୪ଟି ବ୍ଲକର ସମସ୍ତ ଆଦିବାସୀ ସମାଜର ସମସ୍ତ କର୍ମକର୍ତା ସ୍ଥାନୀୟ ସୂର୍ଯ୍ୟମହଲରୁ ଏକ ଶୋଭାଯାତ୍ରାରେ ବାହାରି ଜୟପୁର ମୁଖ୍ୟ ରାସ୍ତାଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ। ସମସ୍ତ କର୍
ବିଶ୍ବ ଆଦିବାସୀ ଦିବସ ପାଳିତ


ଜୟପୁର, ୯ ଅଗଷ୍ଟ (ହି.ସ.) - ଆଦିବାସୀ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଆଜି ସକାଳୁ ୧୪ଟି ବ୍ଲକର ସମସ୍ତ ଆଦିବାସୀ ସମାଜର ସମସ୍ତ କର୍ମକର୍ତା ସ୍ଥାନୀୟ ସୂର୍ଯ୍ୟମହଲରୁ ଏକ ଶୋଭାଯାତ୍ରାରେ ବାହାରି ଜୟପୁର ମୁଖ୍ୟ ରାସ୍ତାଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ। ସମସ୍ତ କର୍ମକର୍ତା ମାନେ ଆଦିବାସୀ ପରମ୍ପରା ପୋଷାକ ପିନ୍ଧି ବାଜା, ନାଚ ଗୀତ ସହିତ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ। ଏହି ଅବସରରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଦାବିପତ୍ରରେ କୋରାପୁଟ ଜିଲ୍ଲା ଭିତିକ ନିଯୁକ୍ତି ପ୍ରଣାଳି, ବିଶ୍ୱ ଆଦିବାସୀ ଦିବସରେ ରାଜ୍ୟ ସ୍ତରରେ ସରକାରୀ ଛୁଟି, ଚଇତି ପରବ ପାଇଁ ସରକାରୀ ଛୁଟି, କେବିକେ କୁ ଅନ୍ୟ ଏକ ରାଜ୍ୟ ରୁପେ ଘୋଷଣା କରିବା, ଜାତି ଭିତିକ ଭାଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି, ଆଦିବାସୀ ଜମିକୁ ସରକାରୀ ବ୍ୟାଙ୍କ ବନ୍ଧକରେ ରଖି ଲୋନ ପ୍ରଦାନ, ଆଦିବାସୀ ସମାଜ ସ୍ୱୀକୃତି ଅନୁଯାୟୀ ଜାତି ପ୍ରମାଣପତ୍ର, ନକଲି ଆଦିବାସୀଙ୍କୁ ଯଥାଶିଘ୍ର ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ, ଆଟିଡିଏ କାର୍ଯ୍ୟାଳୟରେ ସମସ୍ତ ଯୋଜନାରେ ଆଦିବାସୀଙ୍କୁ ସଭାପତି କରିବା, ଆଟିଡିଏ କାଯ୍ୟରେ ଅଦିବାସୀ ସମୁଦାୟର ପ୍ରଧନ୍ୟ, ସମସ୍ତ ପଦବୀରେ ଏସଟି ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରିଥିଲେ। ଦାବି ପତ୍ର ପ୍ରଦାନ ସମୟରେ ସପ୍ସଘ ସଭାପତି ଜିତେନ୍ଦ୍ର ନାୟକ, ଉପସଭାପତି ଆନନ୍ଦ ହାଲବା, ସହ ସଂପାଦକ ଭଗବାନ କେନ୍ଦୁ, ସହ ସପ୍ସପାଦକ ନବୀନ ଜାନୀ, କୋଷାଧ୍ୟକ୍ଷ ଟଙ୍କଧର ହାଲବା, ସହ କୋଷାଧ୍ୟକ୍ଷ ଶଶୀ ଭୂଷଣ ସୌରା, ଉପଦେଷ୍ଠା ଦିନୁ ହିକକା, ତ୍ରିନାଥ ମୁଦୁଲି, କୃଷ୍ଣ ଚନ୍ଦ୍ର ନାୟକ, ଭଦ୍ର ପୂଜାରି, ବାସୁ ନାୟକ, ଧନୁର୍ଯ୍ୟୟ ଗାଦବା, ରମଚନ୍ଦ୍ର ନାୟକ, କମଲ ନନ୍ଦବାଲି ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande