ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ
ବଲାଙ୍ଗିର, ୯ ଅଗଷ୍ଟ (ହି.ସ.)- ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ନାରୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ବିଶ୍ୱ ସ୍ତନ୍ୟପାନ ଦିବସ ଗୋପାଳଜୀ ମନ୍ଦିର ଠାରେ ସଭାପତି ମାଳତୀ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ପ୍ରଥମରେ ଆଦ୍ୟାଶକ୍ତି ସ୍ୱରୁପିଣୀ ମାଁ ଦୁର୍ଗାଙ୍କର ପୂଜା କରାଯାଇଥିଲା
ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ


ବଲାଙ୍ଗିର, ୯ ଅଗଷ୍ଟ (ହି.ସ.)-

ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ନାରୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ବିଶ୍ୱ ସ୍ତନ୍ୟପାନ ଦିବସ ଗୋପାଳଜୀ ମନ୍ଦିର ଠାରେ ସଭାପତି ମାଳତୀ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ପ୍ରଥମରେ ଆଦ୍ୟାଶକ୍ତି ସ୍ୱରୁପିଣୀ ମାଁ ଦୁର୍ଗାଙ୍କର ପୂଜା କରାଯାଇଥିଲା । ସଂପାଦିକା କସ୍ତୁରୀ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ବକ୍ତା ଭାବରେ ଡାକ୍ତର ଲକ୍ଷ୍ମୀପ୍ରିୟା ସେଠି ଯୋଗ ଦେଇ ମା ର କ୍ଷୀର ଅମୃତ ସମାନ ଏବଂ ମାଆର କ୍ଷୀର ଶିଶୁର ରୋଗ ପ୍ରତିରୋଧ ଶକ୍ତି ବଢାଏ ଏବଂ ଶିଶୁକୁ ଶକ୍ତିଶାଳୀ କରିଥାଏ ଏଣୁ ପ୍ରତ୍ୟେକ ମାଅ।। ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ ଏବଂ ଏଥି ପାଇଁ ଆବଶ୍ୟକ ସଚେତନ କରାଇବା ଆବଶ୍ୟକ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମକୁ ନିହାରିକା ମିଶ୍ର, ବିଣାପାଣୀ ଆଚାର୍ଯ୍ୟ, ସଂଯୁକ୍ତା ମିଶ୍ର, ଆରତି ମିଶ୍ର, ମାଧୁରି କୁଅଁର, ଅଞ୍ଜଳି ବେହେରା, ଗୀତା ପୋଡ, ସୁକାନ୍ତୀ ଷାଣ୍ଢ, ସୁଚାରୁ ଷାଣ୍ଢ, କାମିନୀ ମାହାର, ବବିତା ଦାଶ, ସ୍ୱର୍ଣ୍ଣମୟୀ ମିଶ୍ର, ଦିପ୍ତିମୟୀ ମିଶ୍ର ଓ ତପସ୍ମିନୀ ପଶାୟତ ସହଯୋଗ କରିଥିଲେ । ଶେଷରେ ରାଜଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande